Below header

ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ ଜାଇତ୍ରୀ

ଘର ତିଆରି ତରକାରୀକୁ ସ୍ୱାଦିଷ୍ଟ କରାଇଥାଏ ଗୋଟା ମସାଲା। ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଗୋଟାମସଲାକୁ ବାଟି ତାକୁ ବ୍ୟବହାର କରିବାପାଇଁ କାହାରି ପାଖେ ସମୟ ନାହିଁ। ତେଣୁ ପ୍ରାୟ ସମସ୍ତେ ବଜାରରୁ ପ୍ୟାକେଟ କିଣି ଆଣିଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ। ଏହା ବଦଳରେ ଆପଣ ସମୟ ବାହାର କରି ଗୋଟା ମସଲା ବ୍ୟବହାର କରନ୍ତୁ। ବାହାର ମସଲା ପାଉଡ଼ର ପ୍ୟାକେଟ ଅପେକ୍ଷା ଘରୋଇ ପେଶା ପାଉଡ଼ର ସବୁଠୁ ଭଲ ।

ତେବେ ଗୋଟା ମସଲାରେ ବିଭିନ୍ନ ପ୍ରକାର ମସଲା ରହିଥାଏ। ଏହା ଭିତରୁ ଆପଣ ଜାଇତ୍ରୀ ନାମ ତ ଶୁଣିଥିବେ । ଏହି ମସଲା ଦେହ ପାଇଁ ଖୁବ ଲାଭଦାୟକ ହୋଇଥାଏ ତେବେ ଚାଲନ୍ତୁ ଜାଣିବା ଆଜି ଏହାର ଉପକାରୀ ଗୁଣ ସମ୍ପର୍କରେ।

– ଶରୀରରେ ଇମ୍ୟୁନିଟି ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ। କରୋନା ଭାଇରସ ରୋଗରୁ କେବଳ ନୁହେଁ ବରଂ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇଁ ଶରୀରରେ ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିଥାଏ

– ଥଣ୍ଡା ଜ୍ୱରରୁ ମୁକ୍ତି ପାଇବା ପାଇଁ ଜାଇତ୍ରିକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ଆଲର୍ଜିକ, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ଭରି ରହିଛି। ଯାହା ଶରୀରକୁ ଗରମ କରିବାରେ ସହାୟକ ହୋଇଥାଏ।

jaitrii12
pc: daily hunt

– ଅଧିକ ତୈଳ ତଥା ମସଲା ଯୁକ୍ତ ଖାଦ୍ୟ ଶରୀର ପାଇଁ ଖୁବ ଖରାପ ହୋଇଥାଏ। ଏହା କାରଣରୁ ଲିଭର ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଏହି ସମୟରେ ଆପଣ ଜାଇତ୍ରୀ ଖାଇବେ , ତାହେଲେ ଆପଣଙ୍କ ଲିଭର ଡିଟକ୍ସ ହେବ। ଯାହାଦ୍ୱାରା ଲିଭର ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ।
ତେବେ ଏହାକୁ ଗୋଟା ଖାଇବାକୁ ଭଲ ଲାଗିନଥାଏ। ତେବେ ଏହି ସମୟରେ ଆପଣ ପୁଲାଓ , ବିରିୟାନୀ , ମିଠା, ପୁଡିଂ, ମଫିନ, କେକ୍‌ ଏବଂ ବ୍ରେଡରେ ପକାଇ ଏହାକୁ ଖାଇପାରିବେ। ଏହାବ୍ୟତିତ ଆପଣ ମସଲା ଚା ଏବଂ କ୍ଷୀରରେ ପକାଇ ଜାଇତ୍ରିକୁ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.