ଭାରତରେ ମିଳିଲା ନକଲି କୋଭିସିଲ୍ଡ ଟିକା, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତରେ ଚିହ୍ନଟ ହୋଇଛି ନକଲି କରୋନା ଟିକା। ଭାରତର ପ୍ରାଥମିକ କୋଭିଡ୍‌ ଭ୍ୟାକ୍‌ସିନ୍‌ କୋଭିସିଲ୍ଡର ନକଲି ଟିକା ଭାରତରୁ ଧରାପଡ଼ିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବିବିସି ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ଓ ଅଗଷ୍ଟ ମଧ୍ୟରେ ଭାରତ ଓ ଆଫ୍ରିକାରେ ଅଧିକାରୀମାନେ ବିପୁଳ ପରିମାଣରେ ନକଲି କୋଭିସିଲ୍ଡ ଟିକା ଜବତ କରିଛନ୍ତି। ଟିକା ନିର୍ମାତା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଏସବୁ ନକଲି ଟିକା ବୋଲି ସ୍ପଷ୍ଟ କରିଛି। ଏହି ନକଲି ଟିକା ସାରା ବିଶ୍ୱ ସମୁଦାୟଙ୍କ ପାଇଁ ନୂଆ ବିପଦ ଭାବେ ଉଭା ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ ଯେ କୋଭିସିଲ୍ଡ ଭ୍ୟାକ୍‌ସିନ୍‌, ଆଷ୍ଟ୍ରୋଜେନେକା ଭ୍ୟାକ୍‌ସିନ୍‌ର ଭାରତୀୟ ନିର୍ମିତ ଭର୍ସନ। ଏବେ ଯାଏଁ ଏହାର ୪୮.୬ କୋଟିରୁ ଅଧିକ ଡୋଜ୍‌ ଲୋକଙ୍କୁ ଦିଆସରିଲାଣି। ଭାରତ ସମେତ ଏସିଆ ମହାଦେଶର ଅନ୍ୟ କେତେକ ଦେଶରେ ବି ଏହି ଟିକା ଦିଆଯାଇଛି। ଏଣୁ ଯଦି ଏହାର ନକଲି ଟିକା ବଜାରରେ ଥାଏ ତେବେ ତାହା ନିହାତି ଭାବେ ବିପଜ୍ଜନକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.