ପରାଜୟ ପରେ ଇଂଲଣ୍ଡ ଟିମ୍‌ରେ ବଡ଼ ପରିବର୍ତ୍ତନ, ବିଦା ହେଲେ ୩ ଖେଳାଳି

ଲର୍ଡସରେ ପରାଜୟ ପରେ ଇଂଲଣ୍ଡ ଟିମ୍‌ରେ ହୋଇଛି ବଡ଼ ପରିବର୍ତ୍ତନ। ଭାରତୀୟ ଟିମ୍‌ ପାଖରୁ ପରାସ୍ତ ପରେ ଇଂଲଣ୍ଡ ନିଜ ଟିମ୍‌ରେ ବଡ଼ ପରିବର୍ତ୍ତନ କରିଛି। ୨୫ ଅଗଷ୍ଟରେ ଲର୍ଡସରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରୁ ୩ ଖେଳାଳିଙ୍କୁ ଇଂଲଣ୍ଡ ବିଦା କରିଥିବା ଜଣାପଡିଛି ।

ଟିମ୍‌ରୁ ଜ୍ୟାକ୍‌ କ୍ରାଉଲେ, ଡୋମ ସିବଲେ ଏବଂ ଜ୍ୟାକ୍‌ ଲିଚ୍‌ ବାହାର ହୋଇଥିବା ବେଳେ ବ୍ୟାଟ୍ସମ୍ୟାନ ଡେଭିଡ଼ ମଲାନ ଓ ଦ୍ରୁତ ବୋଲର ସାକିବ ମହମୁଦଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଆହତ ହେବା ପରେ ମଧ୍ୟ ଦ୍ରୁତ ବୋଲର ମାର୍ଗ ଉଡ୍‌ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ। ଓପନର ଡୋମ୍‌ ସିବଲେ ନର୍ଟିହାମ ପରେ ଲର୍ଡସ୍‌ ଟେଷ୍ଟର ଦୁଇଟି ପାଳିରେ ମଧ୍ୟ ଫ୍ଲଫ ମାରିଥିଲେ। ଜ୍ୟାକ୍‌ କ୍ରାଉଲେଙ୍କୁ ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ମୁକାବିଲାରେ ମଉକା ମିଳିନଥିଲା। ଡୋମ ସିବଲେ ୨ଟି ଟେଷ୍ଟରୁ ୧୪.୨୫ ଆଭରେଜ୍‌ ସହ ୫୭ରନ୍‌ ହିଁ କରିପାରିଥିଲେ। ଏହା ବ୍ୟତୀତ ଜ୍ୟାକ୍‌ ଲିଚଙ୍କୁ ମଉକା ମିଳିନଥିବା ବେଳେ ତାଙ୍କୁ ତୃତୀୟ ଟେଷ୍ଟ ସ୍କ୍ଵାଡରୁ ବାହାର କରିଦିଆଯାଇଛି।

ଅନ୍ୟପଟେ ଟିମ୍‌ ଇଣ୍ଡିଆରେ ଆର ଅଶ୍ୱିନୀଙ୍କୁ ପ୍ଲେଇଁ ଇଲେଭେନରେ ଖେଳିବାର ସୁଯୋଗ ମିଳିପାରେ । ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ମୋଇନ ଅଲ୍ଲୀଙ୍କୁ ଖେଳାଇଥିଲା । ଭାରତ ଅଶ୍ୱିନୀଙ୍କୁ ଖେଳାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.