Below header

ବିହାର ପୋଲିସରେ ଖାଲିପଡିଛି ୨୩୮୦ ଫାୟାରମ୍ଯାନ ପଦବୀ, ଦରମା ମାସକୁ ୬୯ହଜାର ଟଙ୍କା

ପୋଲିସ ଚାକିରି କରିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିହାର ଫାୟାରମ୍ଯାନ ପଦବୀ ପାଇଁ ବମ୍ପର ନିଯୁକ୍ତି ହେଉଛି। ସେଣ୍ଟ୍ରାଲ ସିଲେକ୍ସନ ବୋର୍ଡ ଅଫ କନେଷ୍ଟବଳ ପକ୍ଷରୁ ବିହାର ପୋଲିସ ଫାୟାରମ୍ଯାନ ୨୩୮୦ ପଦବୀ ଖାଲି ପଡିଛି। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଥିରେ ଆବେଦନ ପ୍ରକ୍ରିୟା ଆଜିଠାରୁ ୨୪ ଫେବ୍ରୁଆରୀରୁ ଆରମ୍ଭ ହେଉଛି।

ପଦବୀ ସଂଖ୍ଯା: ୨୩୮୦
ପୁରୁଷ (୧୪୮୭)
ମହିଳା (୮୯୩)

ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡ/ ସଂସ୍ଥାରୁ ୧୨ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୧୮ ବର୍ଷ ଏବଂ ସର୍ବନିମ୍ନ ବୟସ ୨୫ ବର୍ଷ ହୋଇଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ସାମାନ୍ଯ ବର୍ଗ ଏବଂ ଓବିସି ବର୍ଗ ପାଇଁ ୪୫୦ ଟଙ୍କା ଆବେଦନ ଶୁଳ୍କ ଏବଂ ଏସସି/ଏସଟି ବର୍ଗ ପାଇଁ ୧୧୨ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି।

ଦରମା: ୨୧,୭୦୦/୬୯,୧୦୦ ମାସକୁ

କେମିତି କରିବେ ଆବେଦନ: ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ csbs.bih.nic.in ଆବେଦନ କରିପାରିବେ। ଆବେଦନ କରିବାର ଅନ୍ତିମ ତିଥି ୨୫ ମାର୍ଚ୍ଚ ୨୦୨୧ ରହିଛି। ଅଧିକ ଜାଣିବା ଏଠାରେ କ୍ଲିକ କରନ୍ତୁ…

http://www.csbc.bih.nic.in/Advt/Advt-BFS-01-2021.pdf

http://csbc.bih.nic.in/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.