Below header

ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା ଏମଏସପି ପ୍ରସଙ୍ଗ, ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର(କେ ନ୍ୟୁଜ): ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା ଏମଏସପି ପ୍ରସଙ୍ଗ । ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଏମ.ଏସ ସ୍ୱାମୀନାଥନ କମିଟି ରିପୋର୍ଟକୁ କେନ୍ଦ୍ର ସରକାର ଲାଗୁ କରିବାକୁ ଗୃହରେ ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ଦାବି ଉଠିଥିଲା । ଏହାର ଠିକ ପର ବର୍ଷ ୧୩ ଜୁଲାଇ ୨୦୧୮ରେ ମଧ୍ୟ ଏକଥା ଉଠାଯାଇଥିଲା । ଧାନର ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ବୋଲି ହିସାବ କରିଥିଲେ ରାଜ୍ୟ ସରକାର ।

ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଥିବା ମନ୍ତ୍ରୀ କହିଛନ୍ତି । ଏମ୍‌ଏସ୍‌ପି ନିର୍ଦ୍ଧାରଣ ବେଳେ କେନ୍ଦ୍ର ରାଜ୍ୟର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଛି । ଏଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.