ଖଣ୍ଡଗିରି ମେଳାରେ ହାତ ନଥିବା ଜଗନ୍ନାଥକୁ ଆପଣ ଦେଖିଛନ୍ତି କି? ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ

ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ତଳେ ଏବେ ସାଧୁସନ୍ଥଙ୍କ ଭିଡ଼। ମାଘ ସପ୍ତମୀରୁ ଏଠାରେ ଚାଲିଛି କୁମ୍ଭ ମେଳା। ପିଲାରୁ ବୟସ୍କ ସମସ୍ତେ ଛୁଟି ଆସୁଛନ୍ତି ଏହି ସାଧୁବାବା ମାନଙ୍କର ଆଶୀର୍ବାଦ ନେବା ପାଇଁ। ତେବେ ପାହାଡ଼ର ପାହାଚ ଉପରକୁ ଉଠିଗଲେ ଆପଣଙ୍କ ନଜରରେ ପଡ଼ିବ ଜଣେ ଦିବ୍ୟାଙ୍ଗଙ୍କ ଉପରେ। ଶରୀରରେ ବାହୁ ଠାରୁ ଦୁଇଟି ଯାକ ହାତ ନାହିଁ। ମାତ୍ର ଦୁଇ ଗୋଡ଼ରେ ଝାଞ୍ଜ ବଜାଇ ଚାଲିଛନ୍ତି। ଲୋକଙ୍କୁ ଆକୃଷ୍ଟ କରୁଛନ୍ତି। ଯିଏ ଯାହା ପାରିଲା ଟଙ୍କା ଦୁଇଟଙ୍କା ତାଙ୍କ ଆଗରେ ପକାଇ ଦେଇ ଆଗକୁ ବଢ଼ି ଯାଉଛନ୍ତି। ତେବେ କିଛି ସମୟ ଧରି ଯଦି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରିବେ ତାହେଲେ ମନକୁ ଆସିବ ଈଶ୍ୱର ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି।

jagannath2ତାଙ୍କୁ ଏନେଇ ପଚାରିବାରୁ ପ୍ରଥମେ ତ ସେ କିଛି କହିବାକୁ ଅମଙ୍ଗ ହୋଇଥିଲେ। କିନ୍ତୁ ପରେ ନିଜ କାହାଣୀ କହିଥିଲେ। ତାଙ୍କ ନାଁ ଜଗନ୍ନାଥ ପାତ୍ର। ବୋଧହୁଏ ତାଙ୍କର ଏଭଳି ଶରୀର ଦେଖି ବାପା ମା ଜଗନ୍ନାଥ ନାଁ ଦେଇଥିଲେ। ଘର ଖୋର୍ଦ୍ଧା ଜିଲ୍ଲା ପୁଆଣିଆ ଠାରେ। ଛୁଆଟି ବେଳୁ ମା’କୁ ହରାଇଛନ୍ତି। ବାପା ସଂସାର ତ୍ୟାଗୀ ସନ୍ନ୍ୟାସୀ। ପ୍ରତ୍ୟେକ ଦିନ ସେ ନିଜେ ହିଁ ନିଜ ନିତ୍ୟକର୍ମ କରନ୍ତି। ସେ ପୁଣି ଗୋଡ଼ରେ। ଆଉ ବଞ୍ଚିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଭିକ୍ଷାବୃତ୍ତି କରିଥାନ୍ତି। କେହି ଏମିତି ଆପଣାର ମଣିଷଟେ ନାହିଁ ତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ। ତଥାପି ଜୀବନ ଅଛି ତ ଜୀଇଁବାକୁ ପଡ଼ିବ। ସେହି ନ୍ୟାୟରେ ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ତଥାପି ତାଙ୍କ ନିରୀହ ମୁହଁ ଯେମିତି କହୁଛି, ବଡ଼ ଦେଉଳ ଜଗା ତ ଅଧା ଖଣ୍ଡିଆ ଆଉ ମୁଁ କାହିଁକି ଦୁଃଖୀ ହେବି!

ଜଗନ୍ନାଥଙ୍କ ଜୀବନ ସଂଗ୍ରାମରେ ଆପଣ ବି ଚାହିଁଲେ କିଛି ସହଯୋଗ କରି ପାରିବେ। କାରଣ ସେ ହୁଏ ତ ଭିକ୍ଷା ମାଗୁଛନ୍ତି କିନ୍ତୁ ତାଙ୍କ ସ୍ୱାଭିମାନ ଜୀବନ ପାଇଁ ଏତିକି ଯଥେଷ୍ଟ ନୁହେଁ । ହାତ ନଥିଲେ ବି ସେ ଅନେକ କାମ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.