Datsun କାର୍ ରେ ମିଳୁଛି ଧମାକେଦାର ଇଅର ଏଣ୍ଡ ଡିସ୍‌କାଉଣ୍ଟ, ବଞ୍ଚାନ୍ତୁ ୫୧ ହଜାର ଟଙ୍କା

Datsun India ନିଜ କାର୍ ରେ ସ୍ପେଶାଲ ଇଅର ଏଣ୍ଡ ଅଫର ଘୋଷଣା କରିଛି। ଏହି ଡିସକାଉଣ୍ଟ କମ୍ପାନୀ BS6 କାର୍ ରେ ଦେଉଛି। ଯଦି ଆପଣ ନୂଆ କାର୍ କିଣିବାକୁ ଚାହୁଁଚନ୍ତି , ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

ଯଦି ଆପଣ ଏହି ମାସରେ Datsun କାର୍ କିଣିବେ ତେବେ ଆପଣଙ୍କୁ ୫୧ ହଜାର ଟଙ୍କାର ଡିସ୍‌କାଉଣ୍ଟ ମିଳିବ। ଏହି ଅଫରରେ କାର କିଣିଲେ କମ୍ପାନୀ କ୍ଯାସ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍‌, କର୍ପୋରେଟ ଅଫରର୍ସ ଏବଂ ଇଅର ଏଣ୍ଡ ବୋନସ୍ ଭଳି ବେନିଫିଟ୍ ଦେଉଛି। କମ୍ପାନୀର ଏହି ଅଫର ଲିମିଟେଡ ସମୟ ଯାଏଁ ରହିଛି। ୱେବସାଇଟରେ ଦିଆଯାଇଥିବା ତଥ୍ୟ ମୁତାବକ, କମ୍ପାନୀର ଏହି ଅଫରର ଫାଇଦା ୩୦ ନଭେମ୍ବର ୨୦୨୦ ପର୍ଯ୍ଯନ୍ତ ଉଠାଇପାରିବେ। ଏହାଛଡା ଏହି ଅଫର ମଧ୍ୟ ଷ୍ଟକ ଥିବା ପର୍ଯ୍ଯନ୍ତ ରହିବ ବୋଲି କମ୍ପାନୀ ସୂଚାଇ ଦେଇଛି।

datsun

ଏହା କମ୍ପାନୀର ହ୍ଯାଚବ୍ଯାକ୍ କାର। କମ୍ପାନୀ ଏହି କାରରେ ୩୮ ହଜାର ଟଙ୍କାର ଡିସକାଉଣ୍ଟ ଅଫର, ୭ ହଜାର ଟଙ୍କାର କ୍ଯାଶ୍‌ ଡିସକାଉଣ୍ଟ, ୧୫ ହଜାର ଟଙ୍କାର ଏକ୍ସଚେଞ୍ଜ ବେନିଫିଟ୍ ଏବଂ ୧୧ ହଜାର ଟଙ୍କାର ଇଅର ବୋନସ୍ ଦେଉଛି।