ଲଞ୍ଚ ହେଲା ନୂଆ ସ୍ମାର୍ଟଫୋନ Nokia 2.4, ଜିଓ ଦେଉଛି ୨୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶବ୍ୟାକ ଅଫର

ଏଚଏମଡ଼ି ଗ୍ଲୋବାଲ ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ Nokia 2.4କୁ ଲଞ୍ଚ କରିଛି । କହିରଖିବା ଉଚିତ ହେବକି ନୋକିଆ 2 ସିରିଜର ଏହା ହେଉଛି ନୂଆ ସ୍ମାର୍ଟଫୋନ । ଏହାସହ ଏହି ଫୋନଟି ଏଡ଼ ବାଂଶଡ ଏଆଇ ଆମେଜିଂଗ ଫିଚର୍ସ ସହ ବଜାରରେ ଲଂଚ ହୋଇଥିବା ନେଇ ଜଣାଯାଇଛି । ଫୋନରେ କ୍ୟାମେରା ସହ ନାଇଟ ମୋଡ ଓ ପୋଟ୍ରେଟ ମୋଡ ବି ମିଳିପାରିବ । ଏହି ଫୋନରେ ଜିଓ ତରଫରୁ ୩୫୫୦ ଟଙ୍କାର ଫାଇଦା ମିଳୁଥିବା ବେଳେ ୨୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶବ୍ୟାକ ସୁବିଧା ରହିଛି ।

Nokia 2.4 ର ବିକ୍ରି ନୋକିଆର ଅଫିସିଆଲ ସାଇଟରେ ୧୦୦ ଜଣ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୪ ରେ ଆମାଜନ ଇଂଡିୟା, ଫ୍ଲିପ କାର୍ଟ ସମେତ ଅନ୍ୟାନ ରିଟେଲ ଷ୍ଟୋରରେ ଉପଲବ୍ଧ ହୋଇଛି । ଡ଼ସ୍କ , ଚାରକୋଲ , ଏଫଜର୍ଡ଼ ପରି ତିନୋଟି ରଙ୍ଗରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଜଣାଯାଇଛି । ଭାରତୀୟ ମୁଦ୍ରା ଅନୁସାରେ ଏହି ଫୋନର ଦର ୧୦ ହଜାର ୩୯୯ ଟଙ୍କା ରଖା ଯାଇଛି । ଆଉ ଏହି ଦରରେ ୩ ଜିବି ରାମ ସହିତ ୬୩ ଜିବି ଷ୍ଟୋରେଜର ଭେରିୟାଣ୍ଟ କିଣାଯାଇପାରିବ । Nokia 2.4ରେ ୬.୫ ଇଂଚ ଏଚ୍ଡି ପ୍ଲସ ଡିଷ୍ପ୍ଲେ ସୁବିଧା ରହିଛି । ନୋକିଆର ଏହି ଫୋନ ଆଣ୍ଡ୍ରଏଡ ୧୦ ମୋଡ଼ରେ କାର୍ଯ୍ୟ କରିବ । କିନ୍ତୁ ଗୁଗୁଲ ଆସିଷ୍ଟାଣ୍ଟ ପାଇଁ ଗ୍ରାହକଙ୍କୁ ଏକ ଅଲଗା ବଟନ ମିଳିପାରିବ ।

Nokia 2.4 mobile | Nokia phones | India - English

ଫୋନରେ ମିଡିୟାଟେକ ହିଲିଓ P 22 ପ୍ରୋସେସର , ୩ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ମିଳିପାରିବ । ଯାହାକୁ ମେମୋରୀକାର୍ଡ଼ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରିବ ।  Nokia 2.4ରେ ଡୁଆଲ ରିୟାର କ୍ୟାମେରା ସେଟଅପ ସୁବିଧା ଥିବା ବେଳେ ଏହାର ମେନ କ୍ୟାମେରା ୧୩
ମେଗାପିକସଲ ବିଶିଷ୍ଟ । ଯେବେକି ଦ୍ଵିତୀୟ ଲେନ୍ସ ୨ ମେଗା ପିକସଲ ବିଶିଷ୍ଟ । ରିୟାର କ୍ୟାମେରା ସହ ଫ୍ଲସ ଲାଇଟ ମିଳିପାରିବ । ଯାହାର ଫ୍ରଣ୍ଟ କ୍ୟାମେରା ୫ ମେଗା ପିକସଲର ପର୍ଯ୍ୟନ୍ତ ରହିବ ।

କହିରଖିବା ଉଚିତ ହେବକି, ନୋକିଆର ଏହି ଫୋନରେ ୪୫୦୦ mAh ବ୍ୟାଟେରୀ ବିଶିଷ୍ଟ ହୋଇଥିବା ବେଳେ ମାଇକ୍ରୋ ୟୁଏସବି ପୋର୍ଟର ସପୋର୍ଟ ବି ମିଳିପାରିବ । ଏହା ସହ ଫୋନରେ ୩.୫ ଏମଏମ ହେଡ଼ଫୋନ ଜ୍ୟାକ, ୱାଇ ଫାଇ, ବ୍ଲୁ ଟୁଥ , ଜିପିଏସ ସମେତ 4G VoLTE ଫିଚର୍ସ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.