Below header

ଭାରତରେ ଲଞ୍ଚ ହେଲା BMW ର ଦୁଇଟି ଶସ୍ତା ବାଇକ୍‌, ଦେଖନ୍ତୁ କ’ଣ ରହିଛି ଦାମ୍‌ ଓ ଫିଚରସ୍‌

ନୂଆଦିଲ୍ଲୀ : ଜର୍ମାନ ଅଟୋମୋବାଇଲ୍‌ କମ୍ପାନୀ ବିଏମ୍‌ଡବ୍ଲ୍ୟୁ( BMW) ଭାରତରେ ଦୁଇଟି ଶସ୍ତା ବାଇକ୍‌ ଲଞ୍ଚ କରିଛି । ଯାହାର ଦାମ୍‌ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିଏମ୍‌ଡବ୍ଲ୍ୟୁର ଏହି ବାଇକ୍‌ ଦୁଇଟିର ନାମ BMW G 310 R ଓ G 310 GS BS6 ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି ।

ଦୁଇଟି ବାଇକ୍‌ BS6 ଇଂଜିନ୍‌ ସହିତ ନୂଆ ରୂପରେ ଆସିଛି । ଭାରତରେ BMW G 310 R ର ମୂଲ୍ୟ ରହିଛି ୨.୪୫ ଲକ୍ଷ । ସେହିପରି BMW G 310 GS BS6 ର ମୂଲ୍ୟ ରହିଛି ୨.୮୫ ଲକ୍ଷ ଟଙ୍କା । ଭାରତ ବଜାରରେ ପ୍ରଥମ ଥର ପାଇଁ ଏତେ ଶସ୍ତାରେ ବିଏମ୍‌ଡବ୍ଲୁ ବାଇକ୍‌ ମିଳୁଥିବା ଜଣାଯାଇଛି । କମ୍ପାନୀ ଏହି ଦୁଇଟି ବାଇକ୍‌ର ଲୁକ୍‌ ସହ ଫିଚର୍ସରେ ମଧ୍ୟ ପରିବର୍ତ୍ତନ ଆଣିଛି । ଯାହାକି ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ଦେଖାଯାଉଛି ।

bmw

ବଏମ୍‌ଡବ୍ଲ୍ୟୁ ବାଇକ୍‌ ର ଦମ୍‌ଦାର ଫିଚର

ଏଥର ଲଞ୍ଚ କରୁଥିବା ନୂଆ ବିଏମ୍‌ଡବ୍ଲ୍ୟୁ ବାଇକ୍‌ରେ ଡିଜାଇନ୍‌ରେ କିଛି ପରିବର୍ତ୍ତନ ଆଣିଛି କମ୍ପାନି । LED ହେଡ୍‌ ଲ୍ୟାମ୍ପ୍‌ ସହିତ LED DRL, LED ବିଙ୍ଗର୍ସ ଏବଂ LED ଟେଲ୍‌ ଲାଇଟ ଲାଗିଛି । BMW G 310 R ଏବଂ G 310 GS ର ସାଇଡ୍‌ ପ୍ୟାନେଲ୍‌ ସହିତ ଏହାର ଗ୍ରାଫିକ୍ସରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

BMW ଦୁଇଟି ବାଇକ୍‌ର ଇଂଜିନ୍‌ କ୍ଷମତା ୩୧୩ ସିସି ଓ ଆର୍‌ପିଏମ୍‌ ୯୫୦୦, ୩୪ ବିଏଚ୍‌ପି ପାଓ୍ଵାର ଏବଂ ୭୫୦୦ ଆର୍‌ପିଏମ୍‌ ରେ ୨୮ ଏନ୍‌ଏମ୍‌ ଟାର୍କ ପରିବର୍ତ୍ତନ କରାଯାଇଛି । ଏହି ବାଇକ୍‌ରେ ୬ ସ୍ପିଡ୍‌ ଗିୟର ବକ୍ସ ସହିତ ୩୦୦ ଏମ୍‌ଏମ୍‌ ଫ୍ରଣ୍ଟ ଓ ୨୪୦ ଏମ୍‌ଏମ୍‌ ଡିସ୍କ ବ୍ରେକ୍‌ ରହିଛି । BMW ର ଏହି ବାଇକ୍‌ TVS Apache RR 310 ସହ ଟକ୍କର ଦେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.