ପ୍ରଥମ ଆଣ୍ଟି-ରେଡିଏସନ୍‌ କ୍ଷେପଣାସ୍ତ୍ର ରୁଦ୍ରମ୍-୧ର ସଫଳ ପରୀକ୍ଷଣ,ଶତ୍ରୁର ରାଡାର୍‌ ଏବଂ ସର୍ଭିଲେନ୍‌ସ୍ ସିଷ୍ଟମକୁ ନିମିଷକେ କରିବ ଧ୍ବଂସ

କେନ୍ୟୁଜ୍(ବ୍ୟୁରୋ):  ସୁଖୋଇ-୩୦ ଯୁଦ୍ଧ ବିମାନରୁ  ପ୍ରଥମ ଆଣ୍ଟି-ରେଡିଏସନ୍‌ କ୍ଷେପଣାସ୍ତ୍ର ରୁଦ୍ରମ୍-୧ର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶା ସମୁଦ୍ର କୂଳରୁ ହେଲା ପରୀକ୍ଷା । ରାଡାରରୁ ମିଳିଥିବା ତଥ୍ୟର ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ । ଶତ୍ରୁର ରାଡାର୍‌ ଏବଂ ସର୍ଭିଲେନ୍‌ସ୍ ସିଷ୍ଟମ୍‌ ଧ୍ବଂସ କରିବା ନିମନ୍ତେ ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ରକୁ ସୁଖୋଇ-୩୦ଏମ୍‌କେଆଇ ଲଢୁଆ ଜେଟ୍‌ରୁ ନିକ୍ଷେପ କରିପାରିବ।

ଡିଆରଡିଓ ପକ୍ଷରୁ ଏହି ମିସାଇଲ୍‌କୁ ବିକଶିତ କରାଯାଇଛି । ଏହି ମିସାଇଲ୍‌ ବାୟୁସେନାର ଯୁଦ୍ଧ ରଣନୀତି କ୍ଷମତା ବୃଦ୍ଧି କରିବ । ମୁଖ୍ୟତଃ ଏହା ଶତ୍ରୁର ବାୟୁ ପ୍ରତିରକ୍ଷାକୁ ଦମନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି କ୍ଷେପଣାସ୍ତ୍ର ଶବ୍ଦର ଗତି ଠାରୁ ଦୁଇ ଗୁଣ ଅଧିକ ବେଗରେ ଗତି କରିବ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ବିଭିନ୍ନ ଉଚ୍ଚତାରୁ ଶତ୍ରୁ ନୀରିକ୍ଷଣରେ ଥିବା ରାଡାର ଓ ଟ୍ରାକିଂକୁ ନଷ୍ଟ କରିପାରିବ ରୁଦ୍ରମ୍ ।

Leave A Reply

Your email address will not be published.