Below header

ଆସିଗଲା BMW i4 ର ଇଲେକ୍ଟ୍ରିକ କାର, ଗୋଟିଏ ଚାର୍ଜରେ ଯିବ ୫୯୦ କିଲୋମିଟର

ନୂଆଦିଲ୍ଲୀ : BMW ନିଜର ନୂଆ ଇଲେକ୍ଟ୍ରିକ କାର୍‌ i4 ଲଞ୍ଚ୍‌ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ରଖିଛି ୬୯.୯୦ ଲକ୍ଷ ଟଙ୍କା । ଏହି କାରର eDrive 40 ଭାରିଏଣ୍ଟ ସହିତ କରାଯାଇଛି । ଏହାର ଡେଲିଭରି ଜୁଲାଇ ୨୦୨୨ ରୁ ଆରମ୍ଭ ହୋଇଛି । ଏହି କମ୍ପାନିର ଭାରତରେ ଏହା ହେଉଛି ଦ୍ୱିତୀୟ ଇଲେକ୍ଟ୍ରିକ କାର୍‌ । ଏହା ପୂର୍ବରୁ BMW iX ଇଲେକ୍ଟ୍ରିକ କାର୍‌ ଲଞ୍ଚ କରିଥିଲା । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ ।

ଲୁକ୍‌ :

ଡିଜାଇନ ଓ ଲୁକ୍‌ ସମ୍ପର୍କରେ କହିବାକୁ ଗଲେ BMW i4 ରେ ସବୁ LED ହେଡ ଲ୍ୟାମ୍ପ୍‌, LED DRLs, LED ଟେଲ୍‌ ଲାଇଟ୍ସ ଓ 17-ଇଞ୍ଚ୍‌ ଏରୋଡାଇନାମିକ୍‌ ଡିଜାଇନ କରାଯାଇଥିବା ଆଲୟ ହ୍ଵିଲ୍‌ ଦିଆଯାଇଛି । ଏହା ଛଡ଼ା ବ୍ଲାକ ର କିଡନୀ ଗ୍ରୀଲ୍‌, ଏଲ୍‌ ସେପଡ ଟେଲ ଲାଇଟ୍ସ ଓ ବ୍ଲାକ ସେଫାଏର, ସ୍କାଇ ସ୍କ୍ରିପର ଗ୍ରେ ଓ ମିନେରାଲ ହ୍ଵାଇଟର ୩ ରଂଗର ଗାଡ଼ି ଦେଖିବାକୁ ମିଳିବ ।

କ୍ୟାବିନ ଫିଚର୍ସ :

BMW i4 ଇଲେକ୍ଟ୍ରିକ କାରରେ 12.3 ଇଞ୍ଚ୍‌ ଫୁଲ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ଓ 14.9-ଇଞ୍ଚ ର କ୍ୱାର୍ଡ ଡିସପ୍ଲେ ଟଚ୍‌ ସ୍କ୍ରିନ ଇମ୍ଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି । ସେହିପରି ସରାଉଣ୍ଡ ସାଉଣ୍ଡ ମ୍ୟୁଜିକ୍‌ ସିଷ୍ଟମ, ପାର୍କ ଆସିଷ୍ଟାଣ୍ଟ,ଓ୍ଵାୟରଲେସ ଚାର୍ଜିଂ, ଇଂଜିନ ଷ୍ଟାର୍ଟ-ଷ୍ଟପ୍‌ ବଟନ୍‌, ଛଅ ଏୟାରବ୍ୟାଗ୍‌ ଆଦି ଫଚର୍ସ ଦିଆଯାଇଛି ।

ବ୍ୟାଟେରୀ ରେଞ୍ଜ :

ବ୍ୟାଟେରୀ ରେଞ୍ଜ ମାମଲାରେ BMW i4 ର eDrive 40 ଭାରିଏଣ୍ଟ 83.9 kWh ଦମଦାର ବ୍ୟାଟେରୀ ସହ ଆସିଥାଏ । BMW i4 ର ସିଙ୍ଗଲ ଚାର୍ଜରେ 590 କିଲୋମିଟର ରେଞ୍ଜ ଯାଇ ପାରିବ ବୋଲି କମ୍ପାନି ଦାବି କରିଛି । ମାତ୍ର ୮ ଘଣ୍ଟାରେ ଫୁଲ ଚାର୍ଜ କରିଥାଏ । ସ୍ପିଡ କଥା କହିବାକୁ ଗଲେ ୫.୭ ସେକେଣ୍ଡରେ ଏହା ୦ ରୁ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.