ପଞ୍ଚାମୃତ ବ୍ୟତିତ ଅନ୍ୟ ଉପାୟରେ ଘିଓ ଓ ମହୁକୁ ଏକାଠି ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା, ରିସର୍ଚ୍ଚର ଦେଲେ କାରଣ

ଛୋଟ ବେଳୁ ଆମକୁ ଶିଖାଯାଏ ଯେ ଗାଈ କ୍ଷୀର କେବଳ ନୁହେଁ ବରଂ ସେଥିରୁ ପ୍ରସ୍ତୁତ ହେଉଥିବା ଘିଅ , ଛେନା, ଲହୁଣି, ଦହି ସବୁକିଛି ଶରୀର ପାଇଁ ଭଲ ହୋଇଥାଏ। ଶରୀରକୁ ଉତ୍ତମ ପୋଷକ ତତ୍ତ୍ୱ ପାଇଁ ଏସବୁକୁ ଖାଇବା ନିହାତି ଆବଶ୍ୟକ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଘିଅ ସହିତ ମହୁ ଖାଇବାକୁ କାହିଁକି ବାରଣ କରାଯାଇଛି?

ଏମିତିରେ ଆମେ ପଞ୍ଚାମୃତରେ ଘିଅ ଓ ମହୁର ବ୍ୟବହାର କରିଥାଉ କିନ୍ତୁ ତାହା ଶରୀର ପାଇ କ୍ଷତି ହୋଇନଥାଏ। ତେବେ କେବଳ ଘିଓ ଓ ମହୁ ଖାଇଲେ ଶରୀର ପାଇଁ ତାହା ବିଷାକ୍ତ କ’ଣ ପାଇଁ କୁହାଯାଇଛି?

ଉଭୟ ମହୁ ଓ ଘିଅକୁ ଆୟୁର୍ବେଦରେ ମହତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଏ। ଉଭୟ ଖାଦ୍ୟ ମାନବ ଶରୀର ପାଇଁ ମଧ୍ୟ ଅମୃତ ପରି ହୋଇଥାଏ। କିନ୍ତୁ ଉଭୟ ଖାଦ୍ୟର ମିଶ୍ରଣକୁ ଅଖାଦ୍ୟ ଓ ବିଷତୁଲ୍ୟ କୁହାଯାଏ। ଏପରି ଦେଖିବାକୁ ଗଲେ ମହୁ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ। ଏହା ଶରୀରରେ ହିଟିଂ ଏଜେଣ୍ଟ ପରି କାମ କରିଥାଏ। କିନ୍ତୁ ଔଷଧୀୟ ଗୁଣରେ ଭରପୁର ମହୁକୁ କୌଣସି ସ୍ଥିତିରେ ଘିଅ ସହିତ ସମାନ ପରିମାଣରେ ମିଶାଇ ନ ଖାଇବାକୁ ବୟସ୍କ ବ୍ୟକ୍ତି ସର୍ବଦା ପରାମର୍ଶ ଦେଇଥାନ୍ତି।

ଖୁବଶୀଘ୍ର ଓଜନ ବଢ଼ାଇବା ପାଇଁ ମହୁକୁ କ୍ଷୀର ସହିତ ମିଶାଇ ସେବନ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଘିଅ ସହିତ ମିଶାଇବାକୁ ବାରଣ କରିଥାନ୍ତି, ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏହାର ବୈଜ୍ଞାନିକ କାରଣ ହେଉଛି ମହୁରେ ଘିଅ ମିଶାଇବା ପରେ କ୍ଲୋଷ୍ଟିଡିୟମ ବୋଟୁଲିନମ ବ୍ୟାକ୍ଟେରିୟା ଦ୍ରୁତ ବୃଦ୍ଧି ଘଟିଥାଏ। ଯାହା ଶରୀରରେ ବିଷାକ୍ତ ରସାୟନ ସୃଷ୍ଟି କରିଥାଏ। ପ୍ରାକୃତିକ ଉପାୟରେ ମହୁ ମିଳିଥାଏ ଯେଉଁଥିରେ ୩୫-୪୦ ପ୍ରତିଶତ ଫ୍ରୃକଟୋଜ, ୨୫-୩୫ ପ୍ରତିଶତ ଗ୍ଲୁକୋଜ, ସୁକ୍ରୋଜ ଓ ମାଲଟୋଜ ରହିଥାଏ। ମହୁରେ ଏପରି କିଛି ମିନେରାଲ ରହିଥାଏ ଯାହା ଅନ୍ୟ କୌଣସି ମିଠା ପଦାର୍ଥରେ ନଥାଏ।

ସମାନ ମାତ୍ରାରେ ମହୁ ଓ ଘିଅ ମିଶାଇ ଖାଇଲେ ଏହା ତୁରନ୍ତ ଶରୀରରେ ବିଷକ୍ରିୟା ଆରମ୍ଭ କରିଥାଏ। ଅଳ୍ପ ସମୟ ମଧ୍ୟରେ ବାନ୍ତି, ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥାଏ। ଏପରିକି ଖାଲି ପାଣି ସହିତ ମହୁ ମିଶାଇ ପିଇବାକୁ ମଧ୍ୟ ବିଶେଷଜ୍ଞ ବାରଣ କରିଥାନ୍ତି। ମହୁ ଶରୀର ପାଇଁ ଗରମ ଖାଦ୍ୟ ହୋଇଥିବାରୁ ଅନ୍ୟ ଗରମ ଖାଦ୍ୟ ସହିତ ଏହାକୁ ମିଶାଇ ନଖାଇବା ଉଚିତ।

ପଞ୍ଚାମୃତରେ ମହୁ ଓ ଘିଅ ମିଶୁଥିଲେ ମଧ୍ୟ ବିଷାକ୍ତ ହୁଏନାହିଁ କାହିଁକି?

ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତୀୟ ପରମ୍ପରାରେ ବିଭିନ୍ନ ପୂଜା ସମୟରେ ଓ ମନ୍ଦିରରେ ପଞ୍ଚାମୃତରେ ଘିଅ ଓ ମହୁ ମିଶୁଥିଲେ ମଧ୍ୟ ଏହା ବିଷାକ୍ତ ହୁଏନାହିଁ। ଏପରିକି ଶ୍ରଦ୍ଧାଳୁ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ପଞ୍ଚାମୃତ ବିଷାକ୍ତ ନହେବାର କାରଣ ଏଥିରେ ଘିଅ ଓ ମହୁ ବ୍ୟତୀତ କ୍ଷୀର, ଦହି ଓ ଚିନି ମିଶ୍ରଣ ହୋଇଥାଏ। ଦ୍ୱିତୀୟତଃ ମହୁ ଓ ଘିଅ ସମାନ ମାତ୍ରାରେ ମିଶ୍ରଣ ହୋଇନଥାଏ। ତୃତୀୟତଃ ପ୍ରସାଦ ଭାବେ ଏହାର ଖୁବ କମ୍ ପରିମାଣରେ ଲୋକେ ସେବନ କରିଥାନ୍ତି। ଯାହା ଫଳରେ ଶରୀରରେ ବିଷ କ୍ରିୟା ସୃଷ୍ଟି କରିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.