ନଦୀରେ ଖୁବ ମଜାମସ୍ତିରେ ଗାଧୋଉଥିଲେ ଲୋକେ, ଆଉ ଏହି ସମୟରେ ହଟାତ ଚାଲି ଆସିଲା ଏକ ବିରାଟକାୟ ସାପ, ତାପରେ କଣ ହେଲା ଜାଣନ୍ତୁ…

ଦାଉ ଦାଉ ଗରମରୁ ବର୍ତ୍ତିବା ପାଇଁ ସବୁଠାରୁ ଭଲ ତରିକା ହେଉଛି ନଦୀ କିମ୍ବା ସମୁଦ୍ରରେ ଗାଧୋଇବା । ସେ କୌଣସି ସ୍ୱଇମିଙ୍ଗ ପୁଲ ହେଉ ଅବା କୌଣସି ସମୁଦ୍ର କୂଳ ଅଥବା ଗାଁର ବଡ ପୋଖରୀ । ପହଁରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ରୂପେ ବ୍ୟାୟାମ କରିବା ସହିତ ମୁଣ୍ଡର ଷ୍ଟ୍ରେସକୁ ମଧ୍ୟ କମାଇ ଦେଇଥାଏ । ଥଣ୍ଡା ପବନ, ହାଲୁକା ସୂର୍ଯ୍ୟ କିରଣ ଆଉ ବରଫ ଭଳି ପାଣିର ମଜା ଉଠାଇବା ପାଇଁ ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । କିନ୍ତୁ ଅନ୍ୟ ପକ୍ଷରେ ନଦୀରେ ଗାଧୋଇବା ବେଳେ ବିଷାକ୍ତ ଜନ୍ତୁର ବି ଅନେକ ଭୟ ରହିଛି । କିନ୍ତୁ ତଥାପି କିଛି ଲୋକ ଏହାକୁ ଖାତିର ନକରି ନଦୀରେ ବୁଡ଼ ପକେଇ ଗାଧୋଇବାକୁ ଖୁବ ପସନ୍ଦ କରନ୍ତି ।

 

View this post on Instagram

 

A post shared by Wildistic ™ (@wildistic)

ଘଟଣାଟି ପ୍ରକୃତରେ ଘଟିଥିଲା ଏହିପରି । କିଛି ବିଦେଶୀ ଲୋକ ନଦୀରେ ପହଁରିବାର ଯଥେଷ୍ଟ ମଜା ନେଉଥିଲେ । ଆପଣ ଭିଡିଓରେ ବି ଏହି ଦୃଶ୍ୟ ଦେଖିପାରିବେ । ଆଉ ତାର ମଜା ନେଇପାରିବେ । ନଦୀର ପାଣି ଖୁବ ସଫା ମଧ୍ୟ ଦେଖାଦେଉଛି । ଆଉ କିଂଚିତ ନୀଳ ରଙ୍ଗର ଦେଖାଦେଉଛି । ସମସ୍ତେ ଠିକ ମଜା ନେଉଥିବା ବେଳେ ହଟାତ ଏକ ବିଶାଳ ସାପ ପାଣିକୁ ଚାଲି ଆସୁଛି । ଆଉ ଗୋଟେ ପିଲା ପଛରେ ଜୋର ଜୋରସେ ପହଁରିବାରେ ଲାଗୁଛି । ସାପ ସେହି ପିଲାଟିକୁ ପିଛା କରିବା ଦେଖି ପିଲାଟି ବି ପ୍ରାଣ ବିକଳରେ ନିଜକୁ ବଂଚେଇବାକୁ ଚେଷ୍ଟା କରୁଛି । ଆଉ କିଛି ସମୟ ପରେ ପାଣି ବାହାରକୁ ଚାଲି ଆସୁଛି ପିଲାଟି । ଆଉ ଏହା ପରେ ପକେଟରୁ ମୋବାଇଲ କ୍ୟାମେରା କାଢି ଭିଡିଓ ସୁଟ କରିବାରେ ଲାଗିଯାଉଛି ।

ପିଲାଟି କିନ୍ତୁ ସାହସର ସହିତ ଭିଡିଓ ସୁଟ କରି ନିଜ ଚପଲକୁ ନିଜ ହାତରେ ଧରି ସେଠିଥିବା ବଡ ବଡ ପଥର ଉପରେ ଛିଡା ହୋଇଯାଉଛି । କିନ୍ତୁ ଦୃଶ୍ୟର ଭିଡିଓ କରିବା ଜାରି ରହିଛି । କିଛି ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଇନ୍ଷ୍ଟଗ୍ରାମରେ wildistic ନାଁର ଏକ ଆକାଉଣ୍ଟ ଦ୍ୱାରା ଭିଡିଓଟିକୁ ଅପଲୋଡ଼ କରାଯାଇଛି । ଯାହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଭିଡିଓଟିକୁ ସେୟାର କରି କ୍ୟାପ୍ସନରେ ଲେଖାଯାଇଛିକି, ” ସାପଟି ନିଜ ଟାର୍ଗେଟରେ ପହଞ୍ଚି ଯାଇଛି” । ଏହି ଭିଡିଓକୁ ନେଇ ଅନ୍ୟ କେତେକ ୟୁଜର୍ସ ମାନେ ବି ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।