ଜମି ଦେବାକୁ କହି ୨ଲକ୍ଷ ୨୦ ହଜାର ଟଙ୍କା ନେଇ ଧରାଛୁଆଁ ଦେଉନଥିଲା ଠକ, ଗିରଫ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଜମି ଦେବାକୁ କହି ଠକେଇ ଅଭିଯୋଗରେ ଜଣେ ଗିରଫ । ଠକ ଯୋଗେନ୍ଦ୍ର ସାହୁ କୁ ଗିରଫ କଲା ଖଣ୍ଡଗିରି ପୋଲିସ । ତା ନିକଟରୁ ବିଭନ୍ନ ଜମି ଏଗ୍ରିମେଣ୍ଟ, ମନୀ ରିଷିପ୍ଟ ଜବତ କରିଛି ପୋଲିସ । ଜଣେ ବ୍ୟକ୍ତିଙ୍କ ନିକଟରୁ ଯୋଗେନ୍ଦ୍ର ୨ଲକ୍ଷ ୨୦ ହଜାର ଟଙ୍କା ଜମି ଦେବାକୁ କହି ନେଇଥିଲେ। ଟଙ୍କା ନେବା ପରେ ଜମି ନଦେବାରୁ ଅଭିଯୋଗ କାରୀ ଟଙ୍କା ଫେରସ୍ତ ପାଇଁ କହିଥିଲେ। କିନ୍ତୁ ଅଭିଯୁକ୍ତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।