Below header

ସାହାରା ଖୋଜୁଛନ୍ତି ୫ ନିଷ୍ପାପ ଶିଶୁ, ଦୁନିଆ କଣ ବୁଝିବା ପୂର୍ବରୁ ଭୋଗୁଛନ୍ତି ଦୁଃଖ ଦୁର୍ଦ୍ଦଶା

କରଞ୍ଜିଆ (କେନ୍ୟୁଜ) : ଲୋକ କଥା ଅଛି ମାଆ ନାହିଁ ତ ସାହା ନାହିଁ। ଆଉ ଏ କଥା ଏକଦମ୍‌ ସତ ପ୍ରମାଣିତ ହୋଇଛି ଏହି ୫ ଜଣ ଶିଶୁଙ୍କ ଠାରେ। ଟିକେ ଭଲ କରି ଦେଖନ୍ତୁ ଏହି ୫ ନିଷ୍ପାପ ଶିଶୁଙ୍କୁ। କଣ ଏମାନଙ୍କର ଭୁଲ। ଏତେ ଛୋଟ ଛୋଟ ବୟସରେ କାହିଁକି ଏମାନଙ୍କୁ ଏପରି ଦୁଃଖ ଦେଲେ ଭଗବାନ। ନା ନା ଆମେ ଏଠି ଭଗବାନଙ୍କୁ କାହିଁକି ଦୋଷ ଦେବା, ଦୋଷ ତ ହେଉଛି ଏମାନଙ୍କର ବାପାର। ଯିଏ ପିଲା ଜନ୍ମ କରିଦେଇଛି ସତ କିନ୍ତୁ ସିଖିନି ପିଲାଙ୍କର ଲାଳନପାଳନ। ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ପିଲାଙ୍କୁ ମିଛରେ ଭଣ୍ଡେଇଦେଲେ ବାପା। ପର ଘରେ ପିଲା ୫ ଜଣଙ୍କୁ ଛାଡି ଦେଇ ବାହାର ରାଜ୍ୟକୁ ଚାଲିଗଲେ। ନା ଫୋନ୍‌ ଲାଗୁଛି ନା କିଛି ଖୋଜ୍‌ ଖବର ଅଛି। ଏପଟେ ପିଲା ୫ ଜଣ ବାପା ଥାଇ ବି ବଞ୍ଚୁଛନ୍ତି ଅନାଥଙ୍କ ଭଳି ଜୀବନ।

ଆପଣ ଦେଖୁଥିବା ଏ ଚିତ୍ର ହେଉଛି ମୟୁରମଞ୍ଜ ଜିଲ୍ଲା ରରୁଅାଁ ବ୍ଲକ ଅନ୍ତର୍ଗତ ପାପଡ ଗାଁ। ଗାଁର ଜିତେନ୍ଦ୍ର କାରୁଆ ଏବଂ ଶିବାନୀ କାରୁଆ। ଖୁବ୍‌ ହସଖୁସିରେ ଚଳୁଥିଲା ସଂସାର। କିଛି ଦିନ ପରେ ସେମାନଙ୍କର ଝିଅଟିଏ ହେଲା, ଏମିତି ହୋଇ ଜିତେନ୍ଦ୍ର ଶିବାନୀଙ୍କର ହେଲା ୫ ସନ୍ତାନ। ସାନ ଝିଅ ରାଣୀ କାରୁଆ ୧ ବର୍ଷ ୨ ମାସ ,ସାନ ମଝିଆଁ ଝିଅ ଅମୃତା କାରୁଆ ୩ ବର୍ଷ, ପୁଅ ବାଦଲ କାରୁଆ ୮ ବର୍ଷ ,ବଡ଼ ମଝିଆଁ ଝିଅ ମେଘନା କାରୁଆ ୧୦ ବର୍ଷ,ବଡ଼ ଝିଅ ବର୍ଷା ରାଣୀ କାରୁଆକୁ ୧୨ ବର୍ଷ। ୭ ଜଣିଆ ତେଲ ଲୁଣର ସଂସାରକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଜୀବନକୁ ଆଗକୁ ନେଉଥିଲେ ଜିତେନ୍ଦ୍ର ଶିବାନୀ। କିନ୍ତୁ ହଠାତ୍‌ ସବୁକିଛି ଯେମିତି ଓଲଟ ପାଲଟ ହୋଇଗଲା ସେତେବେଳେ ଯେତେବେଳେ ଶିବାନୀ ରୋଗରେ ପଡି ୫ ଜଣ କୁନି କୁନି ଛୁଆଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଏହା ପରେ ୫ ଜଣ ନିରୀହ ଶିଶୁମାନଙ୍କ ସହ ଖେଳ ଖେଳିଲା ଭାଗ୍ୟ। ମାଆ ଚାଲିଗଲା ପରେ ବାପା ଜିତେନ୍ଦ୍ର ନିଜ ସମ୍ପର୍କୀୟ ଭାଇ ଘରେ ପିଲାଙ୍କୁ ଛାଡ଼ିଦେଇ ବାହାର ରାଜ୍ଯକୁ କୁଆଡେ ଚାଲିଗଲେ । ଯିବା ଦିନ ଠାରୁ ନାଁ ଫୋନ କରି ଛୁଆମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି ନାଁ ସେହି ଦିନ ଠାରୁ କେବେ ଦେଖିବାକୁ ଆସିଛନ୍ତି। ବାପ ଥାଇ ମଧ୍ୟ ଅନାଥ ଜୀବନ ଯାପନ ବଞ୍ଚୁଛନ୍ତି ଏହି ୫ଜଣ ନିରୀହ ନିଷ୍ପାପ ଶିଶୁ।

childପରିବାରର ବୋଝ ଏବଂ ମାଙ୍କୁ ହରାଇବାର ଦୁଃଖରେ ଏମାନେ ଦିନ କାଟୁଥିବା ବେଳେ, ପେଟରେ ଦୁଇମୁଠା ଦାନା ପାଇଁ ୮ ବର୍ଷର ପୁଅ ଛେଳି ମେଣ୍ଢା ଚରାଉଛି। ତେବେ ଆଶ୍ରୟ ନେଇଥିବା ସମ୍ପର୍କୀୟଙ୍କ ଘରେ ପୂର୍ବରୁ ୫ ଜଣ ସଦସ୍ଯ ରହିଥିବା ବେଳେ ଏମାନେ ୫ ଜଣ ମିଶି ହେଉଛନ୍ତି ୧୦ ଜଣ। ତେଣୁ ୧୦ ଜଣକୁ ନେଇ ପରିବାର ଚଳାଇବା ସମ୍ପର୍କୀୟ ବଡ ବାପାଙ୍କୁ କଷ୍ଟକର ହୋଇପଡିଛି। ତେଣୁ ଦୁଇ ଓଳି ଖାଇବାକୁ ନପାଇବାରୁ ଗାଁ ଲୋକମାନଙ୍କ ଛେଳି, ମେଣ୍ଢାଙ୍କୁ ଚରାଉଛି ୮ ବର୍ଷର ପୁଅ । ସେପଟେ ୧ବର୍ଷ ୨ ମାସର ସାନ ଝିଅର ଆବଶ୍ୟକତା ଅନୁଯାୟୀ ଖାଦ୍ୟପେୟର ଅଭାବ ରହୁଛି। ବିଧିର ବିଧାନ କିଏ ବା ଏଡାଇ ଦେଇ ପାରିବ । ବୋଧହୁଏ ବିଧାତା ଏମାନଙ୍କୁ ଏମିତି ଭୋଗିବାକୁ ଏ ଜୀବନ ଦେଇଛି। ଗତ ଜାନୁଆରୀ ମାସ ରୁ ଅଭାବ ଅନାଟନରେ ଜୀବନ ଯାପନ କରୁଛନ୍ତି ଏଇ ପାଞ୍ଚ ଭାଇ ଭଉଣୀ। ଗୋଟାଏ ଓଳି ଖାଇଲେ ଆର ଓଳିକୁ ଉପବାସ ରହୁଛନ୍ତି ଏହି କୁନି କୁନି ଛୁଆ।

goatତେବେ ନିକଟସ୍ଥ ତିଲୋକୋଟି ଗାଁର କିଛି ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ବି ଚାରି କୁଟୁମ୍ବକୁ ଯେମିତି ସମୁଦ୍ରକୁ ଶଙ୍ଖେ ପାଣି ପରି। ତଥାପି ଏମାନେ ହାର ମାନି ନାହାନ୍ତି,ପାଠ ପଢିବା ପାଇଁ ଇଚ୍ଛା ଥିଲେବି ପାଠ ପଢି ପାରୁ ନାହାଁନ୍ତି । ନିକଟରେ ଯଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଏହି ବେସାହାରା ହୋଇଥିବା ଶିଶୁଙ୍କ ନିକଟକୁ ଯାଇ ତାଙ୍କ ଭଲମନ୍ଦ ବୁଝିବା ସହ ୫ ଜଣ ଶିଶୁଙ୍କ ଥଇଥାନ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଧାୟକ ପ୍ରକାଶ କରିଛନ୍ତି। ମା ମଲାପରେ ଏ ୫ ଜଣ ଶିଶୁଙ୍କର ଜୀବନ ବଢ଼ିବଢ଼ି ଚାଲିଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ବାପା ମାଆ ଛେଉଣ୍ଡ ଏହି ପିଲାମାନେ ଚଳିବେ କିପରି ? ନା ତାଙ୍କ ପାଖରେ ଅଛି ରାସନକାର୍ଡ,ନା ଅଛି ଆଧାର ,ପାସବୁକ ନା ଟଙ୍କା ପଇସା । ଦାଦନ ଖଟି ବାକୁ ଯାଇ କୌଣସି ଜରୁରୀ କାଗଜପତ୍ର ତିଆରି କରି ନାହିଁ ବାପା । ଏତେ ସବୁ ଘଟଣା ଘଟି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗର ସରକାରୀ ଅଧିକାରୀ ଏଇ ପାଞ୍ଚ ଛୁଆଙ୍କୁ ଆଶ୍ୱାସନା ଦେବା ପାଇଁବି ପହଞ୍ଚି ନାହାନ୍ତି। ଏପଟେ ଛୁଆ ମାନକୁ ସେଠାରୁ ଉଦ୍ଧାର କରି ତାଙ୍କର ଭବିଷ୍ଯତ ଗଢିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.