ମାତ୍ର ୧୧ ହଜାର ଦେଇ ନିଜ ନାଁରେ ବୁକ୍‌ କରନ୍ତୁ ନୂଆ ବାଲେନୋର ଅପଡେଟେଡ୍‌ ପ୍ରିମିୟମ୍‌ ହ୍ୟାଚବ୍ୟାକ୍‌

ବହୁତ ଜଲଦି ମାରୁତି ସୁଜୁକି ଲଞ୍ଚ୍‌ କରିବାକୁ ଯାଉଛି ବାଲେନୋର ଅପଡେଟେଡ ପ୍ରିମିୟମ୍‌ ହ୍ୟାଚବ୍ୟାକ। ଆଉ ଏଥିପାଇଁ ବୁକିଙ୍ଗ୍‌ ବି ଆରମ୍ଭ ହୋଇଗଲାଣି। ଆପଣ ଯଦି କାର କିଣିବାକୁ ଚାହୁଁଛନ୍ତି ଆଉ ଏବେ ନୂଆ କାର ଲଞ୍ଚ୍‌ ଅପେକ୍ଷାରେ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଏବେ ବଢ଼ିଆ ସୁଯୋଗ। ଆପଣ ମାତ୍ର ୧୧,୦୦୦ ଟଙ୍କା ଦେଇ ବୁକିଙ୍ଗ୍‌ କରନ୍ତୁ ଅପଡେଟେଡ୍‌ ବାଲେନୋର ପ୍ରିମିୟମ୍‌ ହ୍ୟାଚବ୍ୟାକ୍‌। ଏହି ନୂଆ ବାଲେନୋକୁ ଆପଣ ନେକ୍ସା ଆଉଟଲେଟସ ଏବଂ ନେକ୍ସା ୱେବସାଇଟକୁ ଯାଇ ବୁକ୍‌ କରିପାରିବେ। ଏହାଛଡା କମ୍ପାନୀ ଏହା ମଧ୍ୟ କହିଛି ଯେ ନୂଆ ବାଲେନୋରେ ଇମର୍ସିଭ ଡ୍ରାଇଭିଙ୍ଗ ଏକ୍ସପେରିୟନ୍ସ ପାଇଁ ହେଡ-ଅପ ଡିସପ୍ଲେ ବା ଏଚୟୁଡି ବି ବ୍ୟବହାର କରିବ।

ମାରୁତି ଏବେ ପର୍ଯ୍ୟନ୍ତ କାରର ନୂଆ ଦାମକୁ ନେଇ କୌଣସି ସୂଚନା ଦେଇନାହିଁ। ୨୦୨୨ ମାରୁତି ସୁଜୁକି ବାଲେନୋକୁ ଫେବୃୟାରୀ ମାସ ଶେଷ ସପ୍ତାହରେ ଆପଣ ପାଇପାରିବେ। ୨୦୨୨ ମାରୁତି ସୁଜୁକି ବାଲେନୋ ଆଉଟଗୋଇଙ୍ଗ ମଡେଲ ଠାରୁ ଅପଡେଟେଡ ଡିଜାଇନ୍‌ ସହିତ ଆସିବ। ଏହାସହିତ ଏଥିରେ ଅନେକ କିଛି ଅପଡେଟେଡ୍‌ ଫିଚର୍ସ ମଧ୍ୟ ମିଳିବାକୁ ଯାଉଛି।

balenoଫିଚର୍ସ

ନୂଆ ବାଲେନୋର ଫିଚର୍ସ ବିଷୟରେ ଯଦି କହିବା ତାହେଲେ ଫେସଲିଫ୍ଟେଡ୍‌ ବାଲେନୋରେ ଇଣ୍ଟିଗ୍ରେଟେଡ୍‌ ସହିତ ଫୁଲ ଏଲଇଡି ହେଡଲ୍ୟାମ୍ପ ଦିଆଯିବ। ଏହାସହିତ ଏଥିରେ ଏକ ଅପଗ୍ରେଟେଡ୍‌ କ୍ରୋମ ଇନସର୍ଟ ଗ୍ରିଲ ଦିଆଯିବ। ବାଲେନୋରେ ରିଭାଇଜଡ ଏଲଇଡି ଫଗ୍‌ ଲାଇଟ୍‌, ଏୟାର ଡ୍ୟାମ ଏବଂ ଏକ ରିମାଷ୍ଟର୍ଡ ଫ୍ରଣ୍ଟ ବମ୍ପର ମଧ୍ୟ ମିଳିବ। ଏହାପୂର୍ବରୁ ମିଳିଥିବା ସୂଚନାରେ କୁହାଯାଇଥିଲା ଯେ ବାଲେନୋକୁ ଅନେକ ଏକ୍ସଟିିରିୟର ଏଲିମେଣ୍ଟସ ସହିତ ଅପଡେଟ କରାଯିବ। ଯେମିତିକି ନୂଆ ଏଲୟ ହ୍ଵିଲ, ରାପରାଉଣ୍ଡ ଟୁ ପିସ୍‌ ଏଲଇଡି ଟେଲ୍‌ ଲାଇଟ୍ସ, ଗୋଟିଏ ହାଇ-ମାଉଣ୍ଟେଡ ଷ୍ଟାମ୍ପ ଲାମ୍ପ୍‌ ସହିତ ଇଣ୍ଟିଗ୍ରେଟେଡ୍‌ ସ୍ପାଇଲର, ସାର୍କ-ଫିନ ଆଣ୍ଟିନା ଏବଂ ଏକ ନୂଆ ଡିଜାଇନ୍‌ ରିଫ୍ଲେକ୍ଟର ସହିତ ରିୟର ବମ୍ପର।

balenoଇଞ୍ଜିନ୍‌

ଇଞ୍ଜିନ ବିଷୟରେ ଯଦି କହିବା ତାହେଲେ ନୂଆ ବାଲେନୋରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯିବାର ସମ୍ଭାବନା ରହିଛି। ଏହି ଇଞ୍ଜିନ ୫-ସ୍ପୀଡ ମାନୁଆଲ୍‌ ୟୁନିଟ ଏବଂ ଗୋଟେ ସିଭିଟି ୟୁନିଟ ସହିତ ଆସିବ। ଲଞ୍ଚ୍‌ ହେବାକୁ ଥିବା ଏହି ନୂଆ ବାଲେନୋ ହ୍ୟୁଣ୍ଡାଇ ଆଇ୨୦, ଟାଟା ଅଲଟ୍ରୋଜ୍‌, ଟୋୟୋଟା ଗ୍ଲାନଜା ଏବଂ ହୋଣ୍ଡା ଜାଜ୍‌ ଭଳି ଅନେକ ଗାଡି ସହ କଡା ଟକ୍କର ଦେବ। ଯଦି ଆପଣ ନୂଆ କାର କିଣିବାକୁ ପ୍ଲାନ କରୁଛନ୍ତି କିମ୍ବା କୌଣସି ଭଲ କାର ବଢ଼ିଆ ଫିଚର୍ସ କାର ଚାହୁଁଛନ୍ତି ତାହେଲେ ଆପଣ ନେକ୍ସାର ଅଫିସିଆଲ େଓ୍ଵବସାଇଟ ଏବଂ ନେକ୍ସା ଆଉଟଲେଟସରୁ ୧୧ହଜାର ଟଙ୍କା ଦେଇ କାରକୁ ନିଜ ନାଁରେ ବୁକିଙ୍ଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.