୧୫ ଏପ୍ରିଲରୁ ଆରମ୍ଭ ହୋଇପାରେ ରେଳଯାତ୍ରା

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସରକାର ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ପୂର୍ବରୁ ଏହା ଶୁଣିବାକୁ ମିଳୁଥିଲା ଯେ ରେଲୱେ ଲକଡାଉନ ଅବଧି ପରେ ରିଜର୍ଭେସନ୍‌ ଆରମ୍ଭ କରିବ। କିନ୍ତୁ ରେଳ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଛନ୍ତି ଯେ ୧୪ ଏପ୍ରିଲ ପରର ଯାତ୍ରାକୁ କେବେବି ସ୍ଥଗିତ ରଖା ଯାଇନଥିଲା ଏବଂ ଏହା କୌଣସି ବି ନୂଆ ଘୋଷଣା ସହିତ ସମ୍ବନ୍ଧିତ ନୁହେଁ।

railway bookଲୋକମାନେ ଅନୁମାନ କରୁଥିଲେ ଯେ ଲକଡାଉନର ସମୟସୀମା ବଢ଼ିପାରେ। କିନ୍ତୁ ଏହାକୁ ନେଇ କ୍ୟାବିନେଟ ସଚିବ ରାଜିବ ଗୋୱା ସ୍ପଷ୍ଟ କରିଛନ୍ତି ଯେ ୨୧ ଦିନର ଲକଡାଉନର ଅବଧିକୁ ବଢାଇବା ପାଇଁ ସରକାର କୌଣସି ଯୋଜନା କରିନାହାନ୍ତି। ଏହାପରେ ଏହା ଖବର ଆସିଥିଲା ଯେ ଭାରତୀୟ ରେଲୱେ ୧୪ ଏପ୍ରିଲ ପରର ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ କରିସାରିଲାଣି। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ୧୫ ଏପ୍ରିଲ ଠାରୁ ଯାତ୍ରା ପାଇଁ ଟିକେଟ ବୁକିଂକୁ ଆଦୌ ବି ରୋକା ଯାଇନଥିଲା। ରେଳ ମନ୍ତ୍ରାଳୟ ଆଜି ଅର୍ଥାତ ଗୁରୁବାର ଏହାକୁ ନେଇ ସ୍ପଷ୍ଟ କରିଛନ୍ତି।

ଅନଲାଇନ କରିପାରିବେ ଟିକେଟ ବୁକିଂ

ଆଇଆରସିଟିସି ଆପ ଏବଂ ଏହାର ୱେବସାଇଟରେ ୧୫ ଏପ୍ରିଲ ଠାରୁ ଯାତ୍ରା ପାଇଁ ଟିକେଟ ଉପଲବ୍ଧ ଅଛି। କିନ୍ତୁ ଏବେ ଷ୍ଟେସନ ଗୁଡିକରେ ଟିକେଟ ବୁକିଂ ହେବନାହିଁ। କାରୋନାର ପ୍ରକୋପକୁ ରୋକିବା ପାଇଁ ଯାତ୍ରୀମାନେ ଅନଲାଇନ ଟିକେଟ ବୁକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.