Below header

ଉତ୍ତରପ୍ରଦେଶରେ ପୁଣି ଜଣେ ଲୋକ କରୋନା ଭୟରେ କଲେ ଆତ୍ମହତ୍ୟା , ସୁଇସାଇଡ୍‌ ନୋଟ୍‌ରେ ଲେଖିଗଲେ କ’ଣ ଜାଣନ୍ତୁ

କରୋନା ଭୟରେ ଉତ୍ତର ପ୍ରଦେଶର ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ଏକଥା ସେ ଲେଖିଯାଇଛନ୍ତି ତାଙ୍କର ସୁଇସାଇଡ୍‌ ନୋଟ୍‌ରେ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସାହାରନ୍‌ପୁରର ନାକୁର ଥାନା ଅଞ୍ଚଳରେ ଥିବା ତାଙ୍କ ଅଫିସରେ ଉକ୍ତ ସରକାରୀ କର୍ମଚାରୀ ରଶି ଲଗାଇ

ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ଦିନ ଧରି ସେ ଚାପରେ ଥିଲେ ବୋଲି ତାଙ୍କ ପରିବାର ଲୋକ ପ୍ରକାଶ କରିଥିବା ପୋଲିସ କହିଛି । ଏହା ପୂର୍ବରୁ ଉତ୍ତରପ୍ରଦେଶରେ ଆଉ ଜଣେ ଲୋକ ମଧ୍ୟ କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରିଛନ୍ତି ।

ଉକ୍ତ ବ୍ୟକ୍ତି ଜଣକ କରୋନା ସନ୍ଦେହରେ ଆଇସୋଲେସନ ଓ୍ଵାର୍ଡରେ ରହୁଥିଲେ । ପରିବାର ଲୋକଙ୍କୁ ଦେଖା କରିବା ପାଇଁ ଦୁଇଥର ଓ୍ଵାର୍ଡରୁ ଲୁଚି କରି ଆସିଥିଲେ ମଧ୍ୟ ପୋଲିସ୍‌ ତାଙ୍କୁ ଧରି ନେଇଥିଲା ।

ପରେ ଉକ୍ତ ବ୍ୟକ୍ତି ଆଇସୋଲେସନ ଓ୍ଵାର୍ଡ ଛାତରୁ ଡେଇଁ ଆତ୍ମ ହତ୍ୟା କରିଥିଲେ । ତେବେ ଉକ୍ତ ବ୍ୟକ୍ତି ନିଜ ବ୍ୟବସାୟରେ ବହୁତ ବଡ଼ କ୍ଷତି ସହିଥିଲେ ବୋଲି ପରେ ପୋଲିସ୍‌ ତାର ତଦନ୍ତରୁ ଜାଣିବାକୁ ପାଇଥିଲା ।

ସେହିପରି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରେ ଜଣେ ୨୩ ବର୍ଷ ବୟସ୍କ ଯୁବକ ବାହାର ରାଜ୍ୟରୁ ଗାଁକୁ ଫେରିଥିଲେ । ତାଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖାଯାଇଥିଲା ।

ସେ ନିଜର ପରିବାର ଲୋକଙ୍କୁ ଦେଖା କରିବାକୁ ଘରକୁ ଆସିଥିଲେ । ମାତ୍ର ପୋଲିସ ତାଙ୍କୁ ଖୋଜିବାକୁ ଘରକୁ ଆସୁଥିବା ଜାଣିବା ପରେ ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.