ଯାଜପୁର: ଲକଡାଉନ ପାଇଁ ସକ୍ରିୟ ହେଉଛନ୍ତି ଲୁଟେରା, ମାର୍କଣ୍ଡପୁର ଇଣ୍ଡିକ୍ୟାସ ଏଟିଏମକୁ ଲୁଟ ପାଇଁ ଉଦ୍ୟମ କଲେ ଦୁର୍ବୃତ୍ତ

ଯାଜପୁର ଟାଉନ(କେନ୍ୟୁଜ): ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା ମାର୍କଣ୍ଡପୁର ଠାରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଗତକାଲି କେତେକ ଦୁର୍ବୃତ୍ତ ଭାଙ୍ଗି ଲୁଟିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟଙ୍କା ନେବାରେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ଆଜି ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଟିଏମ କର୍ତ୍ତୃପକ୍ଷ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ କହିଛନ୍ତି ।

atm loot1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.