Below header

ଏବେ ଡରିଲେଣି ଡାକ୍ତର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଗଲା ଏହିସବୁ ରୋବଟ

କରୋନା ପାଇଁ ଏବେ ସବୁଆଡେ ଚିନ୍ତା । ଦିନକୁ ଦିନ କରୋନା ସଂକ୍ରମଣ ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଏବଂ କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମଣକୁ ଭୟ କରିବାକୁ ଲାଗିଲେଣି । ତେବେ ଏହାର କାରଣ ହେଉଛି ଡାକ୍ତରଖାନାଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଯତ୍ନ ନେବା ସତ୍ତ୍ୱେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାର ଡାକ୍ତରଖାନାଗୁଡ଼ିକ ପରିଚାଳନା ଠାରୁ ଆରମ୍ଭକରି ସାନିଟାଇଜର, ଖାଦ୍ୟ ଏବଂ ଔଷଧ ଯୋଗାଉଛନ୍ତି । ବିପଦ ମଧ୍ୟରେ ଡାକ୍ତରମାନେ ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ବର୍ତ୍ତମାନ ଅନେକ ଡାକ୍ତରଖାନାରେ ରୋବଟର ସାହାଯ୍ୟ ନିଆଯାଉଛି । ଏହି ରୋବଟଗୁଡିକ ବର୍ତ୍ତମାନ ସାରା ବିଶ୍ୱରେ ଅନେକ ପ୍ରକାରର କାର୍ୟ୍ୟ କରୁଛନ୍ତି ।

ଡେଲିଭରି ରୋବଟ

ହସ୍ପିଟାଲରେ ଠିକ ସମୟରେ ରୋଗୀଙ୍କ ପାଖରେ ଔଷଧ ପହଂଚୁ ଏବଂ ତାଙ୍କର ଠିକ ଯତ୍ନ ନିଆଯାଇପାରିବ ସେଥିପାଇଁ ଏହି ରୋବଟକୁ ପ୍ରସ୍ତୁତ କରାଯାଇଛି । ଏହି ରୋବଟ ମେଡିକାଲ ଷ୍ଟାଫଙ୍କ ଦ୍ୱାରା ଦିଆଯାଇଥିବା ଔଷଧକୁ ନିର୍ଦ୍ଧାରିତ ସ୍ଥାନରେ ପହଂଚାଇଥାଏ । ଡେଲିଭରି ରୋବଟ ଏକାବେଳେ ତିନିଜଣ ଲୋକଙ୍କ କାମ କରିଥାଏ । ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଥିବା ଏହି ରୋବଟ ଆଇସୋଲେସନ ୱାର୍ଡରେ ଥିବା ରୋଗୀଙ୍କ ନିକଟରେ ଖାଦ୍ୟଠୁ ଆରମ୍ଭ କରି ଔଷଧ ଓ ସମସ୍ତ ଆବଶ୍ୟକୀୟ ଜିନିଷ ପହଂଚାଇଥାଏ ।

କରୋନା ଭାଇରସ୍ ରୋବଟ

ଏହା ଅକ ଅନୁସନ୍ଧାନକରୀ ରୋବଟ । ଡାକ୍ତରଙ୍କ କାର୍ଯ୍ୟକୁ ହାଲୁକା କରିବା ପାଇଁ ଏହି ରୋବଟର ଡିଜାଇନ୍ କରାଯାଇଛି। ଏହା ଅଲଟ୍ରାସାଉଣ୍ଡ, ଲାଳ ପରୀକ୍ଷା, ତାପମାତ୍ରା ଯାଞ୍ଚ ଏବଂ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଶୁଣିବାରେ ଏହା ସକ୍ଷମ ଅଟେ । ଏଥିରେ ଥିବା କ୍ୟାମେରା ସାହାଯ୍ୟରେ ମେଡିକାଲ କର୍ମଚାରୀମାନେ ସେହି କୋଠରୀରେ ଉପସ୍ଥିତ ଥିବା ରୋଗୀର ଯତ୍ନ ନେଇପାରିବେ । ତାସହିତ ଏହା ରୋଗୀକୁ ପରୀକ୍ଷା କରିବା ପରେ ନିଜକୁ ପରିଷ୍କାର କରିଥାଏ ।

AI to the Rescue: China and US Use Robots as Waiters and Doctors ...

ୟୁଭିଡି ରୋବଟ୍

ଏହି ରୋବଟ୍ ଅଲଟ୍ରା ଭାଓଲେଟ ଆଲୋକ ସାହାଯ୍ୟରେ ହସ୍ପିଟାଲ୍ ରୁମକୁ ପରିମଳ କରିଥାଏ । ଏଥିରେ ‘ୟୁଭି- ସି’ ଆଲୋକ ବ୍ୟବହାର କରଯାଇଥାଏ । ଯାହା ଜୀବାଣୁ ନଷ୍ଟ କରିବାରେ ସାହାଯ୍ୟ କରେ । ଥରେ ଏହାକୁ ଚାର୍ଜ ବସାଇଲେ ଏହା ଆଠ ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ ।

କିନ୍ନ୍ ରୋବଟ୍

ଏହି ରୋବଟ ଚଟାଣ ସଫା କରିବା ଠାରୁ ଆରମ୍ଭ କରି ଖାଦ୍ୟ, ଔଷଧ ଏବଂ କାଗଜପତ୍ର ବିତରଣ କରିଥାଏ । ଏହି ରୋବଟ ସ୍ପ୍ରେ ନୋଜଲ ସାହଯ୍ୟରେ ଜୀବାଣୁକୁ ସହଜରେ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.