Below header

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହାବିନାୟକ ଲଘୁ ଖଣିଜ ପରିବହନ ଓ ମାଲିକ ସଂଘର ଏକ ଲକ୍ଷ ଟଙ୍କା ସହାୟତା

ଯାଜପୁର (କେନ୍ୟୁଜ): କରୋନାକୁ ମୁକାବିଲା କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ।ଏଭଳି ଘଡିସନ୍ଧି ମୁହୁର୍ତରେ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସରକାରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଆଜି ଯାଜପୁର ଜିଲ୍ଲାର ମହାବିନାୟକ ଲଘୁ ଖଣିଜ ପରିବହନ ଓ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସଂଘର ସଭାପତି ଅଜାମ୍ବର ସାହୁଙ୍କ ନେତୃତ୍ୱରେ ସଂଘର କର୍ମକର୍ତା ଓ ସଦସ୍ୟମାନେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଏହି ଚେକ୍ ପ୍ରଦାନ କରିଛନ୍ତି । ଏଥିସହ ଶ୍ରୀ ସାହୁ ବ୍ୟକ୍ତିଗତ ଭାବେ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୩୦ହଜାର ଟଙ୍କା ନଗଦ ଅର୍ଥରାଶି ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି । କରୋନା ସହ ଲଢେଇ ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇଆସିବା ଉଚିତ୍ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.