Below header

କରୋନା ସହ ସଂଘର୍ଷ କରୁଥିବା ୯୦ ବର୍ଷୀୟା ମହିଳା ଯୁବ ରୋଗୀଙ୍କୁ ଦାନ କଲେ ଭେଣ୍ଟିଲେଟର ଏବଂ ଆପଣାଇଲେ ମୃତ୍ୟୁ

କରୋନା ସହ ବର୍ତ୍ତମାନ ସାରା ଦେଶ ସଂଘର୍ଷ କରୁଛି । ଲଗାତାର ସଂକ୍ରମଣ ବଢୁଥିବା କାରଣରୁ ରୋଗୀଙ୍କ ଚିକିତ୍ସା ପାଇଁ ଏବେ ଭେଂଟିଲେଟରର ଅଭାବ ମଧ୍ୟ ଦେଖାଦେଉଛି । ଏପରି ସ୍ଥିତିରେ ବେଲଜିୟମର ଜଣେ ୯୦ ବର୍ଷୀୟା ମହିଳା ନିଜର ଶେଷ ସମୟରେ ଭେଂଟିଲେଟର ଲଗାଇବାକୁ ମନା କରିବା ସହିତ ତା’କୁ ଯୁବ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ଡାକ୍ତରମାନଙ୍କୁ କହୁଥିବାର ଘଟଣା ସାମ୍ନାକୁ ଆସିଛି । ଏପରି ବଦାନ୍ୟତା ଦେଖାଇ ସେ ନିଜ ମୃତ୍ୟୁକୁ ଆପଣାଇ ନେଇଛନ୍ତି । ପୂର୍ବରୁ ଇଟାଲୀରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ବୟସ୍କ ପାଦ୍ରିଙ୍କ ପାଇଁ ଯୋଗାଡ କରାଯାଇଥିବା ଭେଂଟିଲେଟର ବ୍ୟବହାର କରିବାକୁ ସେ ମନା କରିଦେବା ସହିତ ତାଙ୍କ ପାଖରେ ଥିବା ଆଉ ଜଣେ ଯୁବ ରୋଗୀଙ୍କ ପାଇଁ ତାକୁ ବ୍ୟବହାର କରିବାକୁ ସେ କହିଥିଲେ । ଏହାଯୋଗୁ ସେ ନିଜେ ପ୍ରାଣ ହରାଇଥିଲେ । ତେବେ ଠିକ ସେହିଭଳି ଘଟଣା ଏବେ ବେଲ୍‌ଜିୟମରେ ଦେଖିବାକୁ ମିଳିଛି ।

ALS Care and Ventilation | RT

ସୂଚନା ଅନୁଯାୟୀ ଏହି ୯୦ ବର୍ଷୀୟା ମହିଳାଙ୍କ ନାମ ସୁଜନେ ଏଚ । ସୁଜାନେଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ତାଙ୍କ ପାଇଁ ରଖାଯାଇଥିବା ଭେଂଟିଲେଟରକୁ ଅନ୍ୟ ଜଣେ ଯୁବ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ସେ ଡାକ୍ତରମାନଙ୍କୁ କହିଥିଲେ । ସୁଜାନେ ଡାକ୍ତରଙ୍କୁ ଜଣାଇଥିଲେ ଯେ ମୋର ଜୀବନ ଅତି ଆନନ୍ଦରେ କଟିଛି । ଏବେ ମୁଁ ମରିଗଲେ ବି ମୋର ଦୁଃଖ ନାହିଁ । ତେଣୁ ଏହି ଭେଂଟିଲେଟରକୁ କୌଣସି ଯୁବ ରୋଗୀଙ୍କ ଜୀବନ ବଂଚାଇବାକୁ ବ୍ୟବହାର କରାଯାଉ । ଏହାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏଥିରେ ଉକ୍ତ ମହିଳାଙ୍କ ପୁଅ ଜୁଡିଥ ଦୁଃଖ ପ୍ରକାଶ କରିଥିଲେ ଏବଂ ନିଜ ମା’ଙ୍କର ଅନ୍ତିମ ସଂସ୍କାରରେ ମଧ୍ୟ ସେ ସାମିଲ ହୋଇପାରିନଥିଲେ । ସୂଚନା ଅନୁଯାୟୀ ବେଲଜିୟମରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ଏବଂ ପ୍ରାୟ ୧୨,୦୦୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.