କରୋନା ପୀଡିତଙ୍କ ପାଇଁ ଫଣ୍ଡ ଜୁଟାଇବେ ଏହି କ୍ରିକେଟର, ୱାର୍ଲଡ କପ ଫାଇନାଲର ଜର୍ସିକୁ କରିବେ ନିଲାମ

ଇଂଲଣ୍ଡର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ଜୋସ ବଟଲର କରୋନା ଲଢେଇ ପାଇଁ ଲଣ୍ଡନର ଦୁଇଟି ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ କରିବେ । ଏଥିପାଇଁ ସେ 2019 ୱାର୍ଲଡ କପ ଫାଇନାଲର ନିଜର ଜର୍ସିକୁ ନିଲାମ କରିବେ । ଗତବର୍ଷ ଜୁଲାଇ 14ରେ ଲଡସରେ ଖେଳାଯାଇଥିବା ୱାର୍ଲଡ କପ ଫାଇନାଲର ରୋମାଞ୍ଚକ ମ୍ୟାଚରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ୱାର୍ଲଡ କପ ଜିତିଥିଲା । ବଟଲର ସେହି ୱାର୍ଲଡ ଚାମ୍ପିୟନ ଟିମର ସଦସ୍ୟ ଥିଲେ ।

ବଟଲର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, Royal Brompton ଏବଂ Hairfield Hospital Charity ପାଇଁ ମୁଁ ମୋ ବିଶ୍ୱକପ ଫାଇନାଲର ଟି ଶାର୍ଟକୁ ନିଲାମ କରିବାକୁ ଯାଉଛି । ଗତବର୍ଷ ମଧ୍ୟ ସେ ଜୀବନରକ୍ଷକ ଉପକରଣଗୁଡିକ ପାଇଁ ଚ୍ୟାରିଟି ଲଞ୍ଚ କରିବାକୁ ଅପିଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.