BSF ରେ ଖାଲି ପଡ଼ିଛି ୨୮୦ରୁ ଅଧିକ ପଦବୀ, ଦେଶ ସେବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଦେଶ ସେବା କରିବାକୁ ଇଚ୍ଛା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ବିଏସ୍‌ଏଫ୍‌ ପକ୍ଷରୁ ସବ୍‌ ଇନ୍ସପେକ୍ଟର ଓ ହେଡ୍‌ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଏଥିପାଇଁ ଆବେଦନ କରିପାରିବେ।

ପଦ ବିବରଣୀ:

ଏହି ନିଯୁକ୍ତି ପ୍ରକ୍ରିୟାରେ ସବ୍‌ ଇନ୍‌ସପେକ୍ଟର (ମାଷ୍ଟର) ପାଇଁ ୮ ପଦ, ସବ୍‌ ଇନ୍‌ସପେକ୍ଟର (ଇଞ୍ଜିନ ଡ୍ରାଇଭର)ର ୬ ପଦ, ସବ୍‌ ଇନ୍‌ସପେକ୍ଟର (ଓ୍ଵାର୍କ ସପ୍‌) ପାଇଁ ୨ ପଦ, ହେଡ୍‌ କନେଷ୍ଟବଳ (ମାଷ୍ଟର) ପାଇଁ ୫୨ ପଦ, ହେଡ୍‌ କନେଷ୍ଟବଳ (ଇଞ୍ଜିନ୍‌ ଡ୍ରାଇଭର)ର ୬୪ ପଦ, ହେଡ୍‌ କନେଷ୍ଟବଳ (ଓ୍ଵାର୍କ ସପ୍‌)ର ୧୯ ପଦ, କନେଷ୍ଟବଳ(କ୍ରୁ)ର ୧୩୦ ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ।

  • ସବ୍‌ ଇନ୍‌ସପେକ୍ଟର (ମାଷ୍ଟର) – ୮ ପଦ
  • ସବ୍‌ ଇନ୍‌ସପେକ୍ଟର (ଇଞ୍ଜିନ ଡ୍ରାଇଭର)- ୬ ପଦ
  • ସବ୍‌ ଇନ୍‌ସପେକ୍ଟର (ଓ୍ଵାର୍କ ସପ୍‌)- ୨ ପଦ
  • ହେଡ୍‌ କନେଷ୍ଟବଳ (ମାଷ୍ଟର)- ୫୨ ପଦ
  • ହେଡ୍‌ କନେଷ୍ଟବଳ (ଇଞ୍ଜିନ୍‌ ଡ୍ରାଇଭର)- ୬୪ ପଦ
  • ହେଡ୍‌ କନେଷ୍ଟବଳ (ଓ୍ଵାର୍କ ସପ୍‌)- ୧୯ ପଦ
  • କନେଷ୍ଟବଳ(କ୍ରୁ)- ୧୩୦ ପଦ

ଶିକ୍ଷାଗତ ଯୋଗ୍ୟତା:

ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ସବ୍‌ ଇନ୍‌ସପେକ୍ଟର ଓ ହେଡ୍‌ କନେଷ୍ଟବଳର ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍‌ ହୋଇଥିବା ଆବଶ୍ୟକ। ସେହିପରି ଇଞ୍ଜିନ୍‌ ଡ୍ରାଇଭର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କିମ୍ବା ଡିପ୍ଲୋମା ଥିବା ଆବଶ୍ୟକ।

ବୟସ ସୀମା:

ଏହି ନିଯୁକ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୨ ରୁ ୨୮ ବର୍ଷ ଭିତରେ ହୋଇଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା:

ଏହି ପଦ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଏହା ପରେ ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍‌ ହେବେ, ସେମାନଙ୍କୁ ସର୍ଟ ଲିଷ୍ଟ କରାଯିବ। ଏହା ପରେ ପ୍ରାର୍ଥୀଙ୍କୁ ଫିଜିକାଲ/ ସ୍କିଲ ଟେଷ୍ଟ ଓ ତା ପରେ ମେଡିକାଲ ଟେଷ୍ଟ ଦେଇ ଯିବାକୁ ପଡ଼ିବ। ଶେଷରେ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପାଇଁ ଡକାଯିବ।

ଏମିତି କରନ୍ତୁ ଆବେଦନ:

ସୀମା ସୁରକ୍ଷା ବଳ ପକ୍ଷରୁ ଏହି ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଅଫିସିଆଲ ୱେବ୍‌ ସାଇଟ୍‌ (bsf.gov.in)ରେ ଜାରି କରାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍‌ ସାଇଟ୍‌କୁ ଯାଇ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ।

Also Read: ସ୍ନେହରେ ଆଉଁସିବା ବେଳେ ବାହାରିଗଲା ବରର ନକଲି ଚୁଟି, ବାହା ହେବାକୁ ମନା କରି ଦେଲା କନ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.