ଗୋଟିଏ ପ୍ରତିଯୋଗିତା ବଦଳାଇଦେଲା ଜୀବନ, ଗୁଗୁଲରେ ମିଳିଲା ୧.୨ କୋଟିର ଚାକିରୀ

ମୁମ୍ବାଇ : ଜୀବନରେ ସଫଳ ହେବା କାହାକୁ ପସନ୍ଦ ନୁହଁ? ଏ ନେଇ ସମସ୍ତଙ୍କ ଜୀବନରେ ଅନେକ ସ୍ବପ୍ନ ରହିଥାଏ। ମୁମ୍ବାଇର ଜଣେ ଆଇଆଇଟି ଛାତ୍ରଙ୍କର ଏପରି ଏକ ସ୍ବପ୍ନ ଏବେ ପୂରା ହୋଇଛି। ଆଇଆଇଟି ପ୍ରବେଶିକ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ର ଅବଦୁଲା ଖାନଙ୍କୁ ଏବେ ଗୁଗୁଲରେ ୧.୨ କୋଟିର ଚାକିରୀ ମିଳିଛି। ସବୁଠାରୁ ଖାସ କଥା ଏହା ଯେ ସେ ଏହି ପଦ ପାଇଁ କୌଣସି ଠାରେ ସେ ଆବେଦନ ମଧ୍ୟ କରିନଥିଲେ।

୨୧ବର୍ଷର ଅବଦୁଲା ଖାନ ମୁମ୍ବାଇର ମୀରା ରୋଡ ସ୍ଥିତ ତିବାରୀ ଇଞ୍ଜିନିୟରିଂ କଲେଜର ଛାତ୍ର । ତାଙ୍କୁ ଏବେ ଗୁଗୁଲ ଅଫିସରେ ଚାକିରୀ କରିବାର ମଉକା ମିଳିଛି । ଖାନ ଏପରି ଏକ ସାଇଟରେ ପୋଗ୍ରାମିଂ ସହ ସମ୍ବନ୍ଧିତ ଥିଲେ ଯିଏ ଅନେକ ପ୍ରତିଯୋଗିତା ଆୟୋଜିତ କରିଥାଏ ଏବଂ ଏଥିରେ ସେ ବିନା କିଛି ଭାବି ଏକ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏବେ ଏହି ପ୍ରତିଯୋଗୀତାର ଫଳରେ ଖୁସି ହୋଇ ଗୁଗୁଲ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକିଥିବା ବେଳେ ଏବେ ତାଙ୍କୁ ଚାକିରୀ ପାଇଁ ଚୟନ କରାଯାଇଛି।

Master

ଗୁଗୁଲରେ ଖାନଙ୍କ ସାଧାରଣ ଦରମା ୫୪.୫ ଲକ୍ଷ ବାର୍ଷିକ ରହିଛି। ଏହାପରେ ୧୫ ପ୍ରତିଶତ ବୋନସ ଏବଂ ୫୮.୯ ଲକ୍ଷ ଷ୍ଟକ୍ ଅପସନ୍ ରହିଛି। ଖାନ କହିଛନ୍ତି, ପ୍ରତିଯୋଗୀତାରେ ଅଂଶ ନେବା ସମୟରେ ସେ ଜାଣି ନଥିଲେ ତାଙ୍କୁ ଏଥିରେ ଚୟନ କରାଯିବେ। ସେ କେବଳ ଟାଇମପାସ କରିବା ପାଇଁ ଏଥିରେ ଭାଗ ନେଇଥିଲେ। ତେବେ ଗୁଗୁଲରେ କାମ କରିବା ପାଇଁ ଉତ୍ସାହିତ ରହିଛନ୍ତି ଖାନ୍ ।