ଜମ୍ମୁ କାଶ୍ମୀର : ଏନଏଚ୍ ଉପରେ କାରରେ ହେଲା ବିସ୍ଫୋରଣ, ପାଖରେ ଯାଉଥିଲା ସିଆରପିଏଫ ଯବାନଙ୍କ ଦଳ

ଜମ୍ମୁ- କାଶ୍ମୀର ଶ୍ରୀନଗର ବାନିହାଲ ସ୍ଥିତ ନ୍ୟାସନାଲ ହାଇୱେରେ ଥିବା ଏକ ସେଣ୍ଟ୍ରୋ କାର ମଧ୍ୟରେ ବିସ୍ଫୋରଣ ସ୍ଥାନୀୟ ଲୋକଙ୍କ ମନରେ ଭୟ ଭରିଦେଇଛି। ସେହି ସମୟରେ କାର ପାଖରେ ସିଆରପିଏଫ ଯବାନଙ୍କ ଏକ  କନଭଏ ଯାଉଥିଲା ।ତେବେ ଏହି ବିସ୍ଫୋରଣରେ କାହାର କିଛି କ୍ଷତି ଘଟିନଥିବା ଜଣାପଡିଛି। ସିଆରପିଏଫ ଅଧିକାରୀ ଏହି ଘଟଣାକୁ ସ୍ବୀକାର କରିବାକୁ ମନା କରିଥିବା ବେଳେ କାରରେ ଥିବା ଗ୍ୟାସ ପାଇଁ ଏପରି ହୋଇଥିବା କୁହାଯାଇଛି।