Below header

ଜାଣନ୍ତୁ, ତାଜମହଲ ସମ୍ପର୍କରେ ଏହି ୧୦ଟି ରୋଚକ ତଥ୍ୟ

ତାଜମହଲ ମୋଗଲ ବାସ୍ତୁକଳାର ସବୁଠାରୁ ଉତକୃଷ୍ଟ ନମୁନା। ଶାହାଜାନ୍ ନିଜର ପତ୍ନୀ ମମତାଜଙ୍କ ପାଇଁ ଏହି ତାଜମହଲ ନିର୍ମାଣ କରଥିଲେ। ଦେଶ-ବିଦେଶରୁ କୋଟି କୋଟି ସଂଖ୍ୟାରେ ଲୋକମାନେ ଏହାକୁ ଦେଖିବା ପାଇଁ ଆଗ୍ରା ଆସିଥାନ୍ତି। ତାଜମହଲ ଯାଇ ଫଟୋ ଉଠାଇବା ପାଇଁ ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କର ଇଛାଥାଏ। ଏହି କଳାକୃତି ଦେଖି ଲୋକମାନଙ୍କର ମନ ଅତ୍ୟନ୍ତ ଆନନ୍ଦିତ ହୋଇଥାଏ।

taj-mahal

ତାଜମହଲ ବିଷୟରେ ୧୦ଟି ରୋଚକ ତଥ୍ୟ

-ତାଜମହଲ ନିର୍ମାଣ ପାଇଁ ୨୨ବର୍ଷ ଲାଗିଥିଲା।

-୨୨,୦୦୦ ରୁ ଅଧିକ ଶ୍ରମିକ ତାଜମହଲ ନିର୍ମାଣ କରିଥିଲେ।

-୧୦୦୦ ହାତୀଙ୍କ ସାହାଯ୍ୟରେ ତାଜମହଲ ନିର୍ମାଣ ସାମଗ୍ରୀ ଅଣାଯାଇଥିଲା।

-ସେହି ସମୟରେ ତାଜମହଲ ନିର୍ମାଣ ପାଇଁ ୩.୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

-ତାଜମହଲ ନିମାଁ ପାଇଁ ବିଭିନ୍ନ ଦେଶରୁ ବହୁମୂଲ୍ୟ ପଥର ଅଣାଯାଇଥିଲା।

-୨୮ ପ୍ରକାର ରତ୍ନକୁ ଶ୍ରୀଲଙ୍କା, ଚୀନ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଅଣାଯାଇଥିଲା।

-ଏଠାରେ ଥିବା ଧଳା ମାର୍ବଲକୁ ରାଜସ୍ଥାନରୁ ଅଣାଯାଇଥିଲା।

visiting-taj-mahal-ତିବତ୍ ରୁ ନୀଳ ରତ୍ନ, ଶ୍ରୀଲଙ୍କାରୁ ପନ୍ନା, ପଞ୍ଜାବ ରୁ ଜୈସ୍ପର ଏବଂ ଚୀନ ରୁ ଖ୍ରୀଷ୍ଟାଲ ପଥର ଏଠାକୁ ଆସିଥିଲା।

-ତାଜମହଲର ବାସ୍ତୁଶୈଳୀରେ ଫାର୍ସି, ତୁର୍କ, ଭାରତୀୟ ଏବଂ ଇସଲାମୀ ବାସ୍ତୁକଳାର ମିଶ୍ରଣ ରହିଛି।

-୧୬୩୨ ମସିହାରେ ତାଜମହଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୧୬୫୩ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।

-ଆପଣମାନେ ଯଦି ଏହି ଐତିହାସିକ ସ୍ଥାନ ଦେଖିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିନ୍ତ ତାଜମହଲ ଆସନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.