Below header

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ପ୍ଲାନ ଗୁଡିକରେ ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଆମାଜନ ସବସ୍କ୍ରିପସନର ସୁବିଧା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ପୋଷ୍ଟ ପେଡ଼ ପ୍ଲାନ ଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଗ୍ରାହକ ମାନଙ୍କ ପାଇଁ ବିନା କୌଣସି ଦରରେ ଆମାଜନ ପ୍ରାଇମ ସବସ୍କ୍ରିପସନ ସୁବିଧା ଯୋଗାଇବା ନେଇ ଘୋଷଣା କରିଛି । ଏହା ଦ୍ୱାରା ଏବେ ପୋଷ୍ଟ ପେଡ ପ୍ଲାନ ୟୁଜର ମାଗଣାରେ ଅମଜାନ ପ୍ରାଇମ କଣ୍ଟେଣ୍ଟ ଆକ୍ସେସ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ କୌଣସି ପ୍ରକାରର ଅତିରିକ୍ତ ଚାର୍ଜ ବି ଦେବାକୁ ହେବନି ।

bsnl

ଅବଶ୍ୟ ୩୯୯ ଟଙ୍କାରୁ ଉର୍ଦ୍ଧ୍ବ ପୋଷ୍ଟ ପେଡ ଧାରୀଙ୍କୁ ହିଁ ଏହି ସୁବିଧା ବିଶେଷ ଭାବେ ମିଳିବ । ଯଦିବା କମ୍ପାନୀର ପୋଷ୍ଟ ପେଡ ପ୍ଲାନ ୯୯ ଟଙ୍କାରୁ ଆରମ୍ଭ ହୋଇଥାଏ, କିନ୍ତୁ ଆମାଜନ ପ୍ରାଇମ ସବସ୍କ୍ରିପସନର ସୁବିଧା ୩୯୯ ଟଙ୍କାରୁ ଉର୍ଦ୍ଧ୍ବ ପ୍ଲାନ ଧାରୀଙ୍କୁ ମିଳିଥାଏ । ଆମାଜନ ପ୍ରାଇମ ସବସ୍କ୍ରିପସନ ୪୦୧ , ୪୯୯ , ୫୨୫ , ୭୨୫, ୭୯୮, ୭୯୯,୧୧୨୫, ୧୫୨୫ ଟଙ୍କିଆ ପ୍ଲାନ ଗୁଡିକରେ ହିଁ ଏହି ସୁବିଧା ମିଳିପାରିବ । ଆଉ ମଧ୍ୟ ବିଏସଏନଏଲ ପୋଷ୍ଟ ପେଡ ପ୍ଲାନ ୟୁଜର ସହଜରେ ଅମଜାନ ପ୍ରାଇମ ସବସ୍କ୍ରିପସନକୁ ରିଡ଼ିମ କରିପାରିବେ ।

ଏଥିପାଇଁ ପ୍ରଥମେ ଗ୍ରାହକ ମାନଙ୍କୁ କମ୍ପାନୀ ଦ୍ୱାରା ଦିଆଯାଇଥିବା ଲିଙ୍କରେ ନିଜ ନିଜର ତଥ୍ୟ ଦେବାକୁ ହେବ । ଏହା ପରେ ୟୁଜର୍ସ ମାନେ ବିନା କୌଣସି ବାଧାରେ ଆମାଜନ ପ୍ରାଇମ କଣ୍ଟେଣ୍ଟକୁ ଆକ୍ସେସ କରି ପାରିବେ । କହିରଖିବା ଉଚିତ ହେବକି, ପ୍ରାଇଭେଟ ଟେଲିକମ କମ୍ପାନୀ ଏୟାର ଟେଲ ଓ ଭୋଡ଼ାଫୋନ ଗ୍ରାହକ ମାନଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ଓଟିଇଟି ସୁବିଧା ମାନ ଯୋଗାଇ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.