Below header

ସାମ୍ବାଦିକ ମେଡିକାଲ ଯିବା ବେଳେ ପୋଲିସ ର୍ଦୁବ୍ୟବହାର, ଏପରି କାର୍ଯ୍ୟକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘର ନିନ୍ଦା

କେନ୍ଦୁଝର (କେ ନ୍ୟୁଜ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ଜରୁରୀକାଳୀନ ସେବା ଠାରୁ ଆରମ୍ଭ କରି ସାମ୍ବାଦିକ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ସମସ୍ତେ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି । ପ୍ରତିଦିନ ଏମାନେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଛନ୍ତି । ଏପରି ସ୍ଥଳେ କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ସକାଳୁ ଏକ ପ୍ରତିଷ୍ଠିତ ଖବରକାଗଜରେ କାମ କରୁଥିବା ଜଣେ ସାମ୍ବାଦିକ ସୁବତ୍ର ସ୍ୱାଇଁଙ୍କ ପୁଅର ୧୦୩ ଜ୍ୱର ହେଉଥିବା ବେଳେ ଡାକ୍ତରଖାନାକୁ ନେଇଯାଉଥିଲେ । ହେଲେ ବାଟରେ ତାଙ୍କୁ ପୋଲିସ ଅଟକାଇ ର୍ଦୁବ୍ୟବହାର କରିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ କରାଯାଇ ଗାନ୍ଧୀ ମୂର୍ତ୍ତି ତଳେ କିଛି ସମୟ ପାଇଁ ଏକତ୍ରିତ ହୋଇଥିଲେ ।

ସୂଚନାଯୋଗ୍ୟ, ଦେଶ କିମ୍ବା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଜରୁରୀ ସେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିୟମ କୋହଳ କରାଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତିରଙ୍କ ମେଡିକାଲଜିନିତ ସମସ୍ୟା ରହିଛି, ତେବେ ସେମାନେ ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ ଅନୁମତି ରହିଛି । ଏପରି ସ୍ଥଳେ ପୋଲିସର ଏପରି କାର୍ଯ୍ୟକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.