ଲକ୍ ଡାଉନରେ ଫସିଗଲେ ଝିଅ ଜୁଆଇଁ: ପଞ୍ଚାୟତରୁ ମିଳିଥିବା ଚାଉଳ ବି ସରିଗଲା, ଏବେ ଜଙ୍ଗଲରୁ ମହୁଲ ଓ କଣ୍ଟେଇ କୋଳି ଖାଇ ଜୀବନ ବଞ୍ଚାଉଛନ୍ତି ବିଧବା ରୁଇ ମୁଣ୍ଡା

ବାଂଶପାଳ: ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସାରା ବିଶ୍ଵ ଏଥି ପାଇଁ ଆତଙ୍କିତ ହୋଇପଡିଛି। ଆମ ଦେଶରେ ମଧ୍ୟ ଏହି କରୋନା ଭୂତାଣୁ କାୟା ମେଲାଉଛି । ଏହାକୁ ରୋକିବା ପାଇଁ ସରକାରଙ୍କ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ପରିପେକ୍ଷୀ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଲକ୍ ଡାଉନକୁ ଜରୁରୀ ମନେ କରି ପାଳନ କରୁଛନ୍ତି ଜିଲ୍ଲାବାସୀ ।

roi mundaରାଜ୍ୟ ଗୁଡିକର ସୀମା ଗୁଡିକୁ ସିଲ୍ କରିଦିଆଯାଇଛି । ଅତି ଆବଶକୀୟ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଗରିବଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି ।  ତେବେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଅପହଞ୍ଚ ଇଲାକାରେ ଲୋକେ ପହଁଚିପାରୁନଥିବା ଅଭିଯୋଗ ହେଉଛି । ଏପରି ପରିସ୍ଥିତିରେ ଗ୍ରାମାଞ୍ଚଳର ବସବାସ କରୁଥିବା ଲୋକଙ୍କ  ଉପରେ ବେଶ ପ୍ରଭାବ ପଡିଛି । କାମ ଧନ୍ଦା ମିଳୁ ନଥିବାରୁ ଦିନ ମଜୁରିଆ ଲୋକ ମାନେ ଭୋକ ଉପାସରେ ଦିନ କାଟୁ ଥିବା ଦେଖିବାକୁ  ମିଳିଛି । ପଞ୍ଚାୟତରୁ ରନ୍ଧା ଖାଦ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି । ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଲା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାଗପାଲି ସିନ୍ଧୁ ସାହି ଗାଁର ରୋଇ ମୁଣ୍ଡା ।

foodଦିନ ମଜୁରିଆ ସ୍ବାମୀ  ପାଖାପାଖି ୬ ବର୍ଷ ହବ ଆର ପାରିକୁ ଚାଲିଯାଇଛନ୍ତି । ପରେ ଦୁଇ ପୁଅକୁ ନେଇ ସେ ବଡ଼ କଷ୍ଟରେ ଚଳୁଥିଲେ। କିନ୍ତୁ ବଡ଼ ପୁଅଟି ଏବେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ବେଳେ ଲକ୍ ଡାଉନରେ ଫସିଯାଇଛି । ଏବେ ସାନ ପୁଅକୁ ନେଇ ରହୁଛନ୍ତି ।ପାଖରେ ପଇସା ଟେ ନାହିଁ । ଲୋକ ଡାଉନ ଫଳରେ କାମ ଧନ୍ଦା ସବୁ ବନ୍ଦ । ବଡ଼ ପୁଅ ହାଇଦ୍ରାବାଦରୁ ଆସିପାରୁନି କି ପଇସା ପଠେଇ ପାରୁନି । ପଞ୍ଚାୟତରୁ ମିଳିଥିବା ଚାଉଳ ସାରିଯିବା ପରେ ଜଙ୍ଗଲରୁ ମହୁଲ,କଣ୍ଟେଇ କୋଳି,ସାରୁ ଆଣି ଖାଉଥିବାର ଦେଖିବାକୁ ମିଳିଛି ।

cookଠିକ ଏହି ସମୟରେ ବୋଝ ଉପରେ ଲଳିତା ବିଡା ପଡିଛି  ରୁଇ ମଣ୍ଡାଙ୍କ ଉପରେ। ତାଙ୍କ ଝିଅ ଜୋଇଁ ଆସିଥିବାବେଳେ ଲକ୍ ଡାଉନ ଫଳରେ ସେଠାରେ ଫସି ଯାଇଛନ୍ତି । ରୋଇ ମୁଣ୍ଡା ପଞ୍ଚାୟତରୁ  ଯାହା  ଚାଉଳ ପାଇଥିଲେ ଅଧିକ ଲୋକ ହୋଇଯିବାରୁ ତାହା ସାରିଯିବା ଫଳରେ ତାଙ୍କର ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ଅନ୍ୟ ପଟେ ନୟାକୋଟ ସରପଞ୍ଚ ଖୁବ ଶୀଘ୍ର ରୋଇ ମୁଣ୍ଡାଙ୍କୁ ଚାଉଳ ଯୋଗେଇ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.