BSNL ୟୁଜର୍ସ ଏଣିକି ପ୍ରତିଦିନ ପାଇବେ ୩ ଜିବି ଡାଟା, ଏମିତି ଉଠାଇ ପାରିବେ ଏହି ପ୍ଲାନର ଲାଭ

ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ (BSNL) ନିଜର ଉପଭୋକ୍ତାଙ୍କୁ ଲାଭ ପହଁଚାଇବା ପାଇଁ ସବୁବେଳେ ନୂଆ ପ୍ରିପେଡ ପ୍ଲାନ୍ ଉପସ୍ଥାପନା କରୁଛି। ଏହାସହିତ କମ୍ପାନୀ ପୁରୁଣା ଡାଟା ପ୍ୟାକକୁ ମଧ୍ୟ ଅପଡେଟ କରିଛି। ସୂଚନା ମୁତାବକ ବିଏସଏନଏଲ ନିଜର ରିଚାର୍ଜ ପ୍ଲାନ ଦ୍ୱାରା ଅଣସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓ କମ୍ପାନୀକୁ କଡା ଟକ୍କର ଦେବ।

ସେହିପରି ଗ୍ରାହକଙ୍କୁ କମ୍ପାନୀ ୫୦୦ ଟଙ୍କାର କମ୍ ଡାଟା ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହାଛଡା ଗ୍ରାହକଙ୍କୁ ଅନଲିମିଟେଡ କଲ୍ ଏବଂ ଏସଏମଏସ୍ ସୁବିଧା ମଧ୍ୟ ଦିଆଯିବ। ତେବେ ଆସନ୍ତୁ ଜାଣିବା ବିଏସଏନଏଲର ଏହି ପ୍ରିପେଡ୍ ରିଚାର୍ଜ ପ୍ୟାକ୍ ବିଷୟରେ।

୧୫୩ ଟଙ୍କା ପ୍ରିପେଡ୍ ପ୍ୟାକ୍‌

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ। ଏହାସହିତ ୨୫୦ ଲୋକାଲ ଏବଂ ଏସଟିଡି ମିନିଟ୍ ଓ ୧୦୦ ଏସଏମଏସ୍ ସୁବିଧା ଦିଆଯାଇଛି। ଏହି ପ୍ରିପେଡ୍ ପ୍ୟାକର ବୈଧତା ୨୮ ଦିନର ଅଟେ। ଯଦି ଗ୍ରାହକଙ୍କର ୧.୫ ଜିବି ଡାଟା ସମୟ ପୂର୍ବରୁ ଶେଷ ହୋଇଯାଉଛି ତେବେ ତାଙ୍କ ସ୍ପୀଡକୁ କମ୍ କରିଦିଆଯିବ।

ନିଶ୍ଚିତ ପଢନ୍ତୁ : କମ୍ ଟଙ୍କାରେ ଅଧିକ ପାଇବାର ହିଟ ଆଣ୍ଡ ଫିଟ ଫର୍ମୁଲା, ଜାଣନ୍ତୁ SBI Vs ପୋଷ୍ଟ ଅଫିସ ମଧ୍ୟରେ କେଉଁଟା ଭଲ ବିକଳ୍ପ

୧୮୭ ଟଙ୍କାର ପ୍ରିପେଡ୍ ପ୍ଲାନ

ଏହି ରିଚାର୍ଜ ପ୍ୟାକରେ ବିଏସଏନଏଲ ନିଜର ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ଦେବ। ଏହାସହିତ ୨୫୦ ଲୋକାଲ, ଏସଟିଡି ଏବଂ ୧୦୦ ଏସଏମଏସର ସୁବିଧା ଦେଇଛି। ଏହି ଡାଟା ପ୍ଲାନର ଭ୍ୟାଲିଡିଟୀ ହେଉଛି ୨୮ ଦିନ।

bsnl1୨୯୮ ଟଙ୍କାର ପ୍ରିପଡେ୍ ପ୍ୟାକ୍‌

ଏହି ଡାଟା ପ୍ଲାନର ଅବଧି ୫୪ ଦିନର। ଗ୍ରାହକଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ମିଳିବ। ଏହାସହିତ ୨୫୦ ଲୋକମାଲ, ଏସଟିଡି ଏବଂ ୧୦୦ ଏସଏମଏସ୍ ସୁବିଧା ଦିଆଯାଇଛି। ଏହାଛଡା ଆପର ମାଗଣାରେ ସବସ୍କ୍ରିପସନ ମଧ୍ୟ ଦିଆଯିବ।

ଏହାସହ ପଢନ୍ତୁ : ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

୩୪୯ ଟଙ୍କାର ପ୍ରିପେଡ୍ ପ୍ଲାନ

ଗ୍ରାହକଙ୍କୁ ଏହି ରିଚାର୍ଜ ପ୍ୟାକରେ ପ୍ରତିଦିନ ୨.୫ ଜିବି ହାଇ ସ୍ପିଡ୍ ଡାଟା ମିଳିବ। ଏହାସହିତ କମ୍ପାନୀ ୨୫୦ ମିନିଟ୍ ଲୋକମାଲ ଏବଂ ୧୦୦ ଏସଏମଏସର ସୁବିଧା ମଧ୍ୟ ଦେବ। ଦେହିପରି ଏହି ପ୍ଲାନର ସମୟ ସିମା ୬୪ ଦିନର ଅଟେ।

୪୮୫ ଟଙ୍କାର ପ୍ରିପଡେ୍ ପ୍ୟାକ୍‌

ଏହି ରିଚାର୍ଜ ପ୍ଲାନର ବୈଧତା ୯୦ ଦିନର। ଗ୍ରାହକ ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ପାଇବେ। ସେହିପରି ବିଏସଏନଏଲ ଗ୍ରାହକଙ୍କୁ ଏହି ପ୍ୟାକରେ ୨୫୦ ମିନିଟ୍ ଲୋକାଲ, ଏସଟିଡି ଏବଂ ୧୦୦ ଏସଏମଏସ କରିବାର ସୁବିଧା ମଧ୍ୟ ଦେବ।

Leave A Reply

Your email address will not be published.