Below header

କଖାରୁ କିଣିବା ଠାରୁ ଆରମ୍ଭ କରି ଟଏଲେଟ୍‌ ଫ୍ଲଶ କରିବା ପର୍ଯ୍ୟନ୍ତ ଏଠାରେ ଦେବାକୁ ପଡିଥାଏ ଟ୍ୟାକ୍ସ, ଜାଣନ୍ତୁ କେଉଁଠି ରହିଛି ଏହି ଆଇନ

ବିଶ୍ୱର ସବୁଦେଶରେ ସରକାର ଜଣେ ବ୍ୟକ୍ତିର ଆୟ ହିସାବ ରଖିବା ପାଇଁ ସେମାନଙ୍କ ଠାରୁ ଟ୍ୟାକ୍ସ ନେଇଥାନ୍ତି। ଏହି ପଇସାକୁ ସରକାର ଜନତାଙ୍କ ଭଲ କାମରେ ଲଗାଇଥାନ୍ତି। ଟ୍ୟାକ୍ସ ଦେବା ଦ୍ୱାରା ଦେଶର ବିକାଶ ହୋଇଥାଏ। କିନ୍ତୁ ଭାବନ୍ତୁ, ଯଦି ଆପଣଙ୍କୁ କଖାରୁ କିଣିବା ଠାରୁ ଆରମ୍ଭ କରି ଟାଟୁ ବନାଇବା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିବ, ତେବେ ଆପଣ କ’ଣ କରିବେ।

tatoo

ଆମେରିକାକୁ ଲୋକେ ସବୁଠାରୁ ଶକ୍ତିଶାଳୀ ଦେଶ ବୋଲି ଜାଣନ୍ତି। କିନ୍ତୁ ଆପଣ ହୁଏତ ଜାଣିନଥିବେ, ଆମେରିକାରର ନ୍ୟୁ ଜର୍ସିରେ କଖାରୁ କିଣିବାକୁ ଟ୍ୟାକ୍ସ ଦେବାକୁ ପଡିଥାଏ। ସେହିଭଳି ଆଜିକାଲିର ଯୁବପିଢି ଟାଟୁ କରିବାର ଅତି ସୌକିନ ହୋଇଗଲେଣି। କିନ୍ତୁ ଆମେରିକାରର ଅରଙ୍କସାସରେ ଯଦି ଆପଣ ଟାଟୁ ବନାଇବାକୁ ପଡିଥାଏ, ତେବେ ଆପଣଙ୍କୁ ୬ ପ୍ରତିଶତ ସେଲସ ଟ୍ୟାକ୍ସ ଦେବାକୁ ପଡିବ।

ଏହାସହ ପଢ଼ନ୍ତୁ ; ଦୁନିଆରେ ପ୍ରଥମଥର ପାଇଁ ପ୍ରସ୍ତୁତ ହୋଇଛି ଏହି ଏଟିଏମ୍‌ କାର୍ଡ ‘ରାରିସ’, ଯାହାକୁ ତିଆରି ପାଇଁ ବ୍ୟବହାର କରାଯାଇଛି…

କେବଳ ଏତିକି ନୁହେଁ, ଆପଣ ଟଏଲେଟ ଫ୍ଲଶ କରିବାକୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିବ ତେବେ ଆପଣ ତ କେବେ ଟଏଲେଟ ହିଁ ଯିବେ ନାହିଁ। କିନ୍ତୁ ଆମେରିକାର ମେରୀଲ୍ୟାଣ୍ଡର ସରକାର ଟଏଲେଟ୍‌ ଫ୍ଲଶ କରିବାକୁ ପ୍ରତି ମାସକୁ ୩୫୫ ଟଙ୍କା ଟ୍ୟାକ୍ସ ନେଇଥାନ୍ତି। ଏହି ଟଙ୍କାକୁ ଟଏଲେଟର ନାଳନର୍ଦ୍ଦମା ସଫା କରିବାରେ ଖର୍ଚ୍ଚ କରାଯାଏ।

1

ଆପଣମାନେ ଭାରତର ଲୋକମାନଙ୍କୁ ଅନେକ ସମୟରେ ବିଭିନ୍ନ ପୂଜା ପର୍ବାଣୀରେ ତାସ୍‌ (କାର୍ଡ) ଖେଳୁଥିବାର ନିଶ୍ଚିତ ଭାବେ ଦେଖିଥିବେ। କିନ୍ତୁ ଆମେରିକାର ଆଲବାମାରେ ତାସ୍‌ ଖେଳିବାକୁ ହେଲେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଏଠାରେ ତାସ୍‌ କିଣିବା ପାଇଁ ୧୦ ପ୍ରତିଶତ ଟ୍ୟାକ୍ସ ଏବଂ ଏହାକୁ ବିକିବା ପାଇଁ ୭୧ ଟଙ୍କା କର ଏବଂ ଏହାସହିତ ଲାଇନ୍ସେନ ପାଇବା ପାଇଁ ୨୧୩ ଟଙ୍କା ଦେବାକୁ ପଡିଥାଏ। ଏହାଛଡା ଏରିଜୋନାରେ ବରଫ ଖଣ୍ଡ କିଣିବା ପାଇଁ ମନା। ଯଦି ଆପଣ ଏଠାରେ କିଣିନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.