ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକ, ଓଡ଼ିଶାର ୫ଟି ଷ୍ଟେସନକୁ ଦେଶର କମ୍ପୋଜିଟ୍ ଇଣ୍ଟରନ୍ୟାଲ ସିକ୍ୟୁରିଟି ସିଷ୍ଟମରେ କରାଯାଇଛି ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ସମସ୍ତ ରେଳ ଷ୍ଟେସନ ଫାୟର ସାର୍ଟିଫିକେଟ୍ ରଖିବା ଜରୁରୀ। ଏହାସହ ସମସ୍ତ ଷ୍ଟେସନ ସିସିଟିଭି ନଜରରେ ରହିବ। ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକରେ ଏ ନେଇ ହୋଇଛି ଆଲୋଚନା। ପୋଲିସ ଡିଜି ବି. କେ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଯେଉଁଥିରେ ଯାତ୍ରୀଙ୍କ ସରୁକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଭେଣ୍ଡରମାନଙ୍କ ପରିଚୟ ପତ୍ର କଡ଼ାକଡ଼ି ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ଆରପିଏଫ ଓ ଜିଆରପି ମଧ୍ୟରେ ଉତ୍ତମ ସମନ୍ଵୟ ସହ ବ୍ୟାଗେଜ୍ ସ୍କାନ୍‌ର ଓ ନକ୍ସଲ ପ୍ରଭାବିତ ଅଂଚଳରେ ଟ୍ରେନ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ୫ଟି ଷ୍ଟେସନକୁ ଦେଶର କମ୍ପୋଜିଟ୍ ଇଣ୍ଟରନ୍ୟାଲ ସିକ୍ୟୁରିଟି ସିଷ୍ଟମରେ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଯିବ। ବୈଠକରେ ରେଳବାଇ ଏଡିଜି, ଗୁଇନ୍ଦା ଆଇଜି, କଟକ ଓ ରାଉରକେଲା ରେଳବାଇ ଏସ୍‌ପି ଓ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Leave A Reply

Your email address will not be published.