Below header

BSNL ଲଞ୍ଚ କଲା ସବୁଠୁ ବେଷ୍ଟ ପ୍ରି-ପେଡ ପ୍ଲାନ, ୮୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବା ୨ GB ଡାଟା

ଭାରତର ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକ ମାନଙ୍କୁ ସବୁଠୁ ଶସ୍ତା ଓ ସୁବିଧକାରୀ ପ୍ଲାନ ଯୋଗାଇ ଦେଉଛି । ନିକଟରେ ହିଁ କମ୍ପାନୀ ତରଫରୁ ଏମିତି ଏକ ପ୍ଲାନ ଜାରି କରାଯାଇଛି ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିପାରିବ । କମ୍ପାନୀ ତରଫରୁ ଜାରି କରାଯାଇଥିବା ଏହି ପ୍ଲାନର ବଜାର ଦର ରହିଛି ମାତ୍ର ୩୧୮ ଟଙ୍କା । ଏହି ନୂଆ ପ୍ଲାନର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

bsnl

କିନ୍ତୁ ବିଏସଏନଏଲର ଏହି ନୂଆ ପ୍ଲାନରେ ଗ୍ରାହକଙ୍କୁ କଳିଙ୍ଗ କି ଅନ୍ୟ କୌଣସି ସୁବିଧା ମିଳିବ ନାହିଁ । ଏମିତିକି ବିଏସଏନଏଲର ଏକ ୭ ଟଙ୍କିଆ ପ୍ଲାନ ବି ଅଛି ଯେଉଁଥିରେ ଉପଭୋକ୍ତା ଗୋଟେ ଦିନର ବୈଧତା ସହିତ ୧ ଜିବି ଡାଟା ହିଁ ଉପଯୋଗ କରିପାରିବେ । ଅନ୍ୟ ପକ୍ଷରେ କମ୍ପାନୀର ୫୪୮ ଟଙ୍କିଆ ପ୍ଲାନରେ ବ୍ୟବହାର କାରୀଙ୍କୁ ୯୦ ଦିନର ବୈଧତା ମିଳିବା ସହ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିଥାଏ । ଯେବେକି ୯୯୮ ଟଙ୍କିଆ ୨୪୦ ଦିନ ଯାଏଁ ୨ ଜିବି ଡାଟା ମିଳିପାରିବ ।

bsnl

ଯେବେକି କମ୍ପାନୀ ପାଖରେ ଥିବା ୧୮୭ ଟଙ୍କିଆ ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ସୁବିଧା ମିଳିବା ସହିତ ୨୮ ଦିନର ବୈଧତା ରହିବ । ଏହା ସହ ଏଥିରେ ୨୫୦ ମିନିଟର କଳିଙ୍ଗ ସୁବିଧା ବି ରହିଛି । ଖୁବ ଶୀଘ୍ର ଦେଶର ସମସ୍ତ ଅଞ୍ଚଳରେ ଏହି ସୁବିଧା ଲାଗୁ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.