ଚଳିତ ମାସର ଅନ୍ତିମ ଦିନରେ ମେଷ ରାଶିରେ ପ୍ରବେଶ କରିବେ ଶୁକ୍ର, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ

ଏହି ମାସର ଅନ୍ତିମ ଦିନରେ କଳା,ବୈଭବ,ସୌନ୍ଦର୍ଯ୍ୟ,ଐଶ୍ୱର୍ଯ୍ୟ ଏବଂ କାମ ବାସନା କାରକ ଶୁକ୍ର ଗ୍ରହ ମେଷ ରାଶିରେ ପ୍ରବେଶ କରିବେ ଏବଂ ୨୮ ମାର୍ଚ୍ଚ ଯାଏ ଉକ୍ତ ରାଶିରେ ଅବସ୍ଥିତ ରହିବେ । ମେଷ ଶୁକ୍ରର ଶତ୍ରୁ ଗ୍ରହ ସୂର୍ଯ୍ୟଙ୍କ ରାଶି ଅଟନ୍ତି । ଶୁକ୍ରଙ୍କ ଏହି ରାଶି ଅବସ୍ଥିତି ଫଳରେ ସବୁ ରାଶି ମାନଙ୍କ ଉପରେ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପଡିବ ।

ଆସନ୍ତୁ ଜାଣିବା ଶୁକ୍ରଙ୍କ ଗୋଚରର ପ୍ରଭାବ ଆପଣଙ୍କ ଚନ୍ଦ୍ର ରାଶି ଉପରେ କି ପ୍ରକାରର ପକାଇବା :

meshaମେଷ: ଶୁକ୍ରଙ୍କ ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱ, ଲୋକ ମାନଙ୍କୁ ଆପଣଙ୍କ ନିକଟକୁ ଆକର୍ଷିତ କରିବ । ବୈବାହିକ ଜୀବନରେ ଆନନ୍ଦ ଅନୁଭୂତ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣ ଅନ୍ୟମାନଙ୍କ ସହିତ ଭଲ ସମ୍ବନ୍ଧ ରଖିବେ ।

ବୃଷ: ଆପଣଙ୍କ ଖୁସି ବଢିବ । ଏହାସହିତ ଆପଣଙ୍କ ଖର୍ଚ୍ଚ ମଧ୍ୟ ବଢିବାର ସମ୍ଭାବନା ରହିଛି । ଏହା ଭିତରେ ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି ।

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଭଲ ପରିଣାମ ମିଳିବ । କଳାତ୍ମକ କାର୍ଯ୍ୟରେ ଆପଣଙ୍କ ରୁଚିରେ ଆପଣଙ୍କ ଧନ ଲାଭ ମଧ୍ୟ ହେବ । ପରିବାରରେ ସୁଖ ଶାନ୍ତିର ବାତାବରଣ ଦେଖାଦେଇପାରେ।

କର୍କଟ: ଅନ୍ୟକୁ ଭଲ ବ୍ୟବହାର କରନ୍ତୁ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖିବାକୁ ମିଳିବ।

leoସିଂହ: ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେବ । ଏହି ପରିବର୍ତ୍ତନ ଆପଙ୍କ ଇଚ୍ଛାନୁସାରେ ହେବ । ଯଦି ଆପଣ କଳାତ୍ମକ କ୍ଷେତ୍ରରୁ ଆସିଛନ୍ତି ତେବେ ଆପଣଙ୍କ ଉନ୍ନତି ହେବ ।

କନ୍ୟା: ଆପଣଙ୍କ ଖର୍ଚ୍ଚ ବଢିବ । ବାପାଙ୍କ ଦେହ ଖରାପ ହୋଇପାରେ। ଏଥିପାଇଁ ତାଙ୍କ ଧ୍ୟାନ ନିଅନ୍ତୁ । ଭାଗ୍ୟ ଭରଷାରେ ବସିରୁହନ୍ତୁ ନାହିଁ କର୍ମ ଉପରେ ବିଶ୍ୱାସ କରନ୍ତୁ ।

ତୁଳା: ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀ ଆପଣଙ୍କ ପାଇଁ ଖୁସି ରହିବେ । ଯଦି କୌଣସି ପ୍ରକାରର କଳି ଝଗଡା ଚାଲିଛି ତେବେ ତାହା ଦୁର ହେବ । ବେପାର ବାଣିଜ୍ୟରେ ଯୋଗଦେବାକୁ ଚାହୁଁଥିଲେ ଏହା ଉଚିତ୍‌ ଫଇସଲା ସାବ୍ୟସ୍ତ ହୋଇପାରେ ।

ବିଛା: ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ । ଏହାସହିତ ନିଜ ଶରୀରର ଧ୍ୟାନ ନିଅନ୍ତୁ । ମହିଳାମାନେ ଭଲ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

dhanuଧନୁ: ପ୍ରେମ ଜୀବନରେ ସୁଖର ସମୟ ଆସିବ । ପ୍ରିୟ ଲୋକଙ୍କର ଅତି ପାଖକୁ ଆସିବେ । ଯଦି ଆପଣ ଉଚ୍ଚ ଶିକ୍ଷା ନେବାକୁ ଚିନ୍ତା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଠିକ୍‌ ସମୟ । ସନ୍ତାନଙ୍କ ପକ୍ଷରୁ ସୁଖ ପ୍ରାପ୍ତ ହେବ ।

ମକର: ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ । ପରିଜନ ଭିତରେ ଭଲପାଇବା ଏବଂ ଭାଇଚାରା ବଢିବ । ଏହି ସମୟରେ କୌଣସି ଗାଜେଟ୍‌ କିମ୍ବା ବାହାନ କିଣିବାର ସମ୍ଭାବନା ରହିଛି ଏବଂ କିଛି ଲୋକ ନିଜ ଘରର ସାଜ ସଜା ପ୍ରତି ଅଧିକ ଧ୍ୟାନ ଦେବେ ।

କୁମ୍ଭ: ସମାଜରେ ଆପଙ୍କ ମାନ ସମ୍ମାନ ବଢିବ । ଭାଗ୍ୟ ଉଜ୍ଜଳ ହେବା ସହିତ ଆପଣଙ୍କ ପଡିରହିଥିବା ସବୁ କାମ ପୂର୍ଣ୍ଣ ହେବ । ଯାହାଫଳରେ ଆପଣଙ୍କ ମାନସିକ ସ୍ଥିତି ମଜବୁତ ରହିବ । ଚିନ୍ତାରୁ ମୁକ୍ତି ମିଳିବା ସହିତ ଧନ ଲାଭ ହେବାର ସମ୍ଭାବନା ରହିଛି।

minaମୀନ: ଆର୍ଥିକ ରୂପେ ଆପଣଙ୍କୁ ଫାଇଦା ମିଳିବ । ଯଦି ଅପଣ ଏହି ମସୟର ନିବେଶ କରୁଛନ୍ତି ତେବେ ଏଥିରେ ଆପଣଙ୍କୁ ଭଲ ଲାଭ ମିଳିବ । ପ୍ରପର୍ଟି ମାମଲାରେ କୌଣସି ପ୍ରକାରରେ କିଛି ଲାଭ ହେବାର ରାସ୍ତା ଫିଟିବ। ପରିବାରର କୂଳ ସମ୍ପତିରେ ଲାଭ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.