ଗଣତନ୍ତ୍ର ଦିବସରେ BSNL ଲଞ୍ଚ କଲା ଏହି ନୂଆ ଅଫର, ବଢାଇଲା ଏହି ସବୁ ପ୍ଲାନର ଅବଧି

ଭାରତୀୟ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ଗଣତନ୍ତ୍ର ଦିବସର ଖାସ ଅବସରରେ ଦୁଇଟି ନୂଆ ପ୍ଲାନର ବୈଧତା ବଢ଼ାଇ ଦେଇଛି । ଏହା ସହ ଏକ ନୂଆ ପ୍ଲାନ ଲଞ୍ଚ କରିଛି । ବିଏସଏନଏଲ ନିଜ ୨୩୯୯ ଓ ୧୯୯୯ ଟଙ୍କିଆ ପ୍ଲାନର ବୈଧତା ବଢ଼ାଇ ଦେଇଛି । ଏହା ସହ STV ୩୯୮
କୁ ବି ୩୦ ଦିନର ବୈଧତା ସହ ଲଂଚ କରିଛି । ଏବେ ଆପଣଙ୍କୁ କଲିଙ୍ଗ ପାଇଁ ୨୫୦ ମିନିଟ ସୀମା ରହିବ ନାହିଁ । ସିଧା କଥାରେ କହିଲେ ଏବେ ଗ୍ରାହକଙ୍କୁ ପୁରା ଅନଲିମିଟେଡ଼ କଳିଙ୍ଗ ସୁବିଧା ମିଳିବ ।

୧୯୯୯ ଟଙ୍କିଆ ପ୍ଲାନର ଲାଭ:

ବିଏସଏନଏଲର ଏହି ପ୍ଲାନରେ ୩୬୫ ଦିନର ବୈଧତା ମିଳୁଛି । କିନ୍ତୁ ଗଣତନ୍ତ୍ର ଦିବସ ପାଇଁ ଏହାର ବୈଧତାକୁ ୨୧ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ ଏଣିକି ଉପଭୋକ୍ତା ମାନେ ୩୮୬ ଦିନ ପର୍ଯ୍ୟନ୍ତ ପ୍ଲାନର ଲାଭ ନେଇପାରିବେ । ଏକ୍ସଟ୍ରା ଭ୍ୟାଲିଡିଟି ଅଫର ଜାନୁଆରୀ ୩୧
ତାରିଖ ପର୍ଯ୍ୟନ୍ତ ହିଁ ଅଛି । ଯଦି ଆପଣ ଏହି ଦିନ ଭିତରେ ରିଚାର୍ଜ କରିବେ ତେବେ ଏହି ଲାଭ ପାଇପାରିବେ ।

୨୩୯୯ ଟଙ୍କିଆ ପ୍ଲାନର ଲାଭ:

ଗଣତନ୍ତ୍ର ଦିବସରେ ୨୩୯୯ ଟଙ୍କିଆ ପ୍ଲାନରେ ୭୨ ଦିନର ଅତିରିକ୍ତ ବୈଧତା ମିଳୁଛି । ଏହି ପ୍ଲାନରେ ନୂଆ ଅଫର ଅନୁଯାୟୀ ୪୩୭
ଦିନର ବୈଧତା ମିଳିବ । ଯେବେକି ପୂର୍ବରୁ ଏହି ଅବଧି ୩୬୫ ଦିନ ଯାଏଁ ହିଁ ଥିଲା । ଏହି ପ୍ଲାନରେ ମିଳୁଥିବା ଅଫର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିଁ ଅଛି । ଏଥିରେ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ, ପ୍ରତିଦିନ ୧୦୦ ଏସଏମଏସ ସମେତ ୩ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିବ | ଏହା ସହ ଏହି ପ୍ଲାନରେ ୩୬୫ ଦିନ ଯାଏଁ Eros Now ସବସ୍କ୍ରିପସନ ବି ମିଳିବ ।

କମ୍ପାନୀ ପକ୍ଷରୁ STV 398 ନାଁରେ ଏକ ନୂଆ ପ୍ଲାନ ବି ଲଞ୍ଚ କରାଯାଇଛି । ଯେଉଁଥିରେ ଅନଲିମିଟେଡ଼ ଡାଟା ସମେତ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ସହ ୧୦୦ SMS ସୁବିଧା ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.