Below header

BSNL ଲଞ୍ଚ୍‌ କଲା ୮୦ ଦିନ ବୈଧତାର ଏହି ନୂଆ ପ୍ଲାନ, ପ୍ରତିଦିନ ୧ ଜିବି ଡାଟା ସହିତ ପାଇବେ ମାଗଣା କଲିଙ୍ଗ୍‌

ଭାରତ ସଞ୍ଚାର ନିଗମ ଲିମିଟେଡ ପକ୍ଷରୁ ନୂଆ ରିଚାର୍ଜ ଭାଉଚର ଆନାଉନ୍ସ କରାଯାଇଛି। ଏହି ନୂଆ ରିଚାର୍ଜ ପ୍ଲାନ ଅନୁଯାୟୀ ୩୯୯ ଟଙ୍କାରେ ଆପଣ ଅନେକ ବେନିଫିଟ୍ସ ପାଇବେ। ଏହି ନୂଆ ପ୍ଲାନ ୮୦ ଦିନର ଭ୍ୟାଲିଡିଟୀ ସହିତ ଆସୁଛି ଏବଂ ଏଥିରେ ଫ୍ରି କଲିଙ୍ଗ୍‌ ବ୍ୟତୀତ ଡେଲି ଡାଟା ବେନିଫିଟ୍ସ ମଧ୍ୟ ମିଳୁଛି। ସମସ୍ତ ନେଟଓ୍ଵାର୍କରେ ଅନଲିମିଟଡ କଲିଙ୍ଗ ପାଇଁ ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୨୫୦ ମିନିଟ୍‌ ମିଳିବ। ଏହାସହିତ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ SMS ମଧ୍ୟ ପାଇବେ ଗ୍ରାହକ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ପ୍ଲାନ ୧୫ ଅଗଷ୍ଟରୁ ଆରମ୍ଭ ହେବ।

ବିଏସଏନଏଲ ବନ୍ଦ କଲା ଦୁଇଟି ନୂଆ ପ୍ଲାନ

bsnl plan newଏହାଛଡା କମ୍ପାନୀ ୩୯୯ ଟଙ୍କାର ଟାରିଫ ଏବଂ ୧୬୯୯ ଟଙ୍କାର ରିଚାର୍ଜ ଭାଉଚରକୁ ଦୁଇଟି ସର୍କଲରେ ବନ୍ଦ କରିଦିଆଯାଇଛି। ଆପଣ ଏହି ପ୍ଲାନକୁ କେବଳ ୧୫ ଅଗଷ୍ଟ ସୁଦ୍ଧା ହିଁ ରିଚାର୍ଜ କରିପାରିବେ। ଏହା ବଦଳରେ ୩୯୯ ଟଙ୍କା ପ୍ଲାନ ଆରମ୍ଭ ହୋଇଯିବ।

ନିଜେ ଆକ୍ଟିଭେଟ୍‌ କରିପାରିବେ ପ୍ଲାନ୍‌

ସବସ୍କ୍ରାଇବର୍ସ ନୂଆ ପ୍ଲାନକୁ , ସେଲଫ କେୟାର ଏବଂ ୱେବ ପୋର୍ଟାଲ ସାହାଯ୍ୟରେ ଆକ୍ଟିଭେଟ କରିପାରିବେ। ସେଲଫ କେୟାର ମେଥୋଡ୍‌ ଦ୍ୱାରା ପ୍ଲାନ ଆକ୍ଟିଭ କରିବା ପାଇଁ ୟୁଜର୍ସଙ୍କୁ ଲେଖି ୧୨୩କୁ ଏସଏମଏସ୍‌ କରିବାକୁ ହେବ। ତେବେ କମ୍ପାନୀ ଜଣାଇଛି ଯେ ଏହିଭଳି ପ୍ଲାନକୁ ଆକ୍ଟିଭେଟ୍‌ କରିବା ପାଇଁ ୟୁଜର୍ସଙ୍କୁ ବିଏସଏନଏଲ ଟ୍ୟୁନ ଏବଂ ଲୋକଧୁନ କଂଟେଣ୍ଟର ଫାଇଦା ମିଳିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.