କେରଳରୁ ଆସି ମୋହନାରେ ଚଳାଇଥିଲେ ରାହାଜାନି, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ପୋଲିସ ରାହାଜାନି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ କେରଳରୁ ଆସି ମୋହନା ଥାନା ଯୋଡ଼ିପଥର ଗ୍ରାମରେ ରହୁଥିଲେ । ସେମାନେ ହେଲେ ଯୋବି ଅଗସ୍ତିନ ଏବଂ ଚାନ୍ଦିପୁଟ ଖ୍ରୀଷ୍ଟିଆନ ସାହିର ଫିରୋଜ ପରିଛା l ପୋଲିସର ସୂଚନା ପ୍ରକାରେ ଗତ କାଲି ରାତିରେ ଏକ ସାର ବୋଝେଇ ଟ୍ରକ ଚନ୍ଦ୍ରଗିରିରେ ସାର ଅନଲୋଡ଼ କରି ବ୍ରହ୍ମପୁର ଫେରୁଥିବା ବେଳେ ଯୋଡ଼ିପଥର ଗ୍ରାମ ନିକଟରେ ଟ୍ରକ ଟି ଅଚଳ ହୋଇଯାଇଥିଲା। ଗାଡିଚାଳକ ଟ୍ରକ ମରାମତି କରୁଥିବା ବେଳେ ଅଗସ୍ତିନ ଏବଂ ଫିରୋଜ ତାଙ୍କୁ ଆକ୍ରମଣ କରି ୮୪୦୦ ଟଙ୍କା ଏବଂ ଦୁଇଟି ମୋବଇଲ ଫୋନ ନେଇଯାଇଥିଲେ।

ଏ ନେଇ ଗାଡିଚାଳକ ଅନିଲ କୁମାର ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।  ସେମାନଙ୍କଠାରୁ ଟଙ୍କା ଏବଂ ମୋବାଇଲ ଜବତ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l  ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.