Below header

ଆଜି ବିଶ୍ୱ ଅଙ୍ଗଦାନ ଦିବସ: ରାଜ୍ୟର ୩ପରିବାରକୁ “ସୁରଜ ପୁରସ୍କାର” ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଶ୍ୱ ଅଙ୍ଗଦାନ ଦିବସରେ ରାଜ୍ୟରେ ଏକ ନୂଆ ଶୁଭାରମ୍ଭ ହୋଇଛି । ରାଜ୍ୟର ୩ପରିବାରକୁ ସୁରଜ ପୁରସ୍କାର ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ଘୋଷଣା କରାଯିବା ସହ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ କରାଯାଇଛି । ଏହି ପୁରସ୍କାରର ନାଁ “ସୁରଜ ପୁରସ୍କାର” ରଖାଯାଇଛି । ଅଙ୍ଗଦାନ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସୁରଜ ପୁରସ୍କାର” ପ୍ରଦାନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର, ଭୁବନେଶ୍ୱରକ ସୁଚିତ୍ରା ଦାସଙ୍କ ପରିବାର ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତିକି, ଅଙ୍ଗଦାନ କରି ଅନ୍ୟ ଏକ ଜୀବନ ବଞ୍ଚାଇବା ନିଶ୍ଚିତ ରୂପେ ଏକ ମହତ କାର୍ଯ୍ୟ । ପ୍ରତ୍ୟେକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ବାବଦରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଅଙ୍ଗଦାନକୁ ନେଇ ଚଳିତ ବର୍ଷ ଠାରୁ ସୁରଜ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.