Below header

ଫେସବୁକ ଉପରେ ବଡ ଅଭିଯୋଗ, ଗଣିପାରେ ପଚାଶ ହଜାର କୋଟି ଡଲାରର ଜରିମାନା

ଆମେରିକାରେ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ପାଇଁ ଫେସବୁକ 500 ବିଲିୟନ ଡଲାର ପର୍ଯ୍ୟନ୍ତ ଜୋରିମାନା ଦେଇପାରେ । ଆମେରିକାରେ ଫେସବୁକ ଉପରେ ଏକ ମାମଲା ରୁଜୁ କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଫେସବୁକର ସବ-କମ୍ପାନୀ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ବିନା ଅନୁମତିରେ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିଛି । ଏହା କରିବା ଦ୍ୱାରା ଫେସବୁକ୍ ନିୟମ ଉଲ୍ଲଂଘନ କରିଛି । ତେଣୁ କମ୍ପାନୀକୁ ବର୍ତ୍ତମାନ 500 ବିଲିୟନ ଡଲାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

ଏକ ରିପୋର୍ଟ ଅନୁଯାୟୀ ସୋମବାର କାଲିଫର୍ନିଆର ରେଡଉଡ୍ ସିଟି କୋର୍ଟରେ ଏହି ମକଦ୍ଦମା ଦାୟର କରାଯାଇଛି । ଏହି ମାମଲାରେ ଇନଷ୍ଟାଗ୍ରାମ ଉପରେ ଆରୋପ ଲଗାଯାଇଛି ଯେ କମ୍ପାନୀ ସ୍ୱୟଂଚାଳିତ ଭାବରେ ଲୋକଙ୍କ ଚେହେରା ସ୍କାନ କରୁଛି । ଏହି ସମୟ ମଧ୍ୟରେ ସେହି ଲୋକଙ୍କ ଚେହେରା ମଧ୍ୟ ସ୍କାନ କରାଯାଇଛି ଯିଏ ଅନ୍ୟର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଛନ୍ତି । ଏପରିସ୍ଥଳେ ଇନଷ୍ଟାଗ୍ରାମରେ ଏପରି ଲୋକଙ୍କ ତଥ୍ୟ ମଧ୍ୟ ଅଛି ଯେଉଁମାନେ କମ୍ପାନୀର ପ୍ଲାଟଫର୍ମ ସର୍ତ୍ତାବଳୀରେ ସହମତ ନୁହଁନ୍ତି । ଏହି ଅବଧି ମଧ୍ୟରେ 100 ନିୟୁତ ଲୋକଙ୍କ ତଥ୍ୟ ସଂଗ୍ରହ ସହିତ ସଂରକ୍ଷଣ କରାଯାଇ ଲାଭ ପାଇବା ପାଇଁ ବ୍ୟବହୃତ ହୋଇଛି ।

ଫଟୋ ଟ୍ୟାଗିଂ ଟୁଲ ଜରିଆରେ ଲୋକଙ୍କୁ ଚିହ୍ନିବା ପାଇଁ ଇନଷ୍ଟାଗ୍ରାମ ଫେସିଆଲ ରେକଗ୍ନିସନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ଇନଷ୍ଟାଗ୍ରାମ ସ୍ୱୀକାର କରିଛି ଯେ କମ୍ପାନୀ ଏହି ଫିଚର୍ସ ବ୍ୟବହାର କରୁଛି, କିନ୍ତୁ କମ୍ପାନୀ କହିଛି ଯେ ସେମାନେ ତଥ୍ୟକୁ ବିଶେଷ ସୁରକ୍ଷା ଦେଇଛନ୍ତି । ବ୍ୟବହାରକାରୀଙ୍କ ଅନୁମତି ପରେ କମ୍ପାନୀ ସେମାନଙ୍କଠାରୁ ଏଭଳି ତଥ୍ୟ ନେଇଛି ।

ଏକ ରିପୋର୍ଟରେ ଫେସବୁକ କହିଛି ଯେ ଏହି “ମକଦ୍ଦମା ଭିତ୍ତିହୀନ”, ଇନଷ୍ଟାଗ୍ରାମ ଫେସବୁକରେ ଦିଆଯାଇଥିବା ଫେସ୍ ରିକଗନିସନ୍ ସେବା ବ୍ୟବହାର କରେ ନାହିଁ । ତେବେ ଏଠାରେ କହିରଖିବାକୁ ଚାହିଁବୁ ଯେ ଫେସବୁକରେ ଏହା ପ୍ରଥମ ଥର ନୁହେଁ । ଗତ ମାସରେ ଫେସବୁକ 650 ନିୟୁତ ଡଲାର ଆଉ ଏକ ମକଦ୍ଦମା ସେଟେଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.