ବ୍ଲାକ୍‌ମେଲ କରି ପୋଲିସ କରୁଛି ଦୁଷ୍କର୍ମ, ଅଭିଯୋଗ କଲେ ଭିଡିଓ ଭାଇରାଲ କରିବାକୁ ଧମକ

ରକ୍ଷକ ସାଜିଲା ଭକ୍ଷକ। ବିପଦ ବେଳେ ଯାହା ପାଖକୁ ମଣିଷ ସାହାଯ୍ୟ ଆଶାରେ ଧାଇଁଯାଏ ଯଦି ସିଏ ହିଁ ତାର ସର୍ବସ୍ୱ ଲୁଟି ନେବ ତେବେ କାହାକୁ ବିଶ୍ୱାସ କରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାରେ ଜଣେ ବିବାହିତ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିବା ପରେ ବି ଥାନାରେ କେହି ମାମଲା ରୁଜୁ କରିନଥିଲେ କାରଣ ଅଭିଯୁକ୍ତ ଥିଲେ ଜଣେ କନେଷ୍ଟବଳ। ପରେ ମହିଳା ଏସ୍‌ପିଙ୍କୁ ଏନେଇ ଅଭିଯୋଗ କରିବା ପରେ ସେ ମାମଲା ରୁଜୁ କରି ଉକ୍ତ କନେଷ୍ଟବଳଙ୍କୁ ଦଣ୍ଡିତ ମଧ୍ୟ କରିଛନ୍ତିି।

crime3

ଘଟଣାଟି ରାଜସ୍ଥାନର ଅଲବର ଜିଲ୍ଲାର। ଏଠାକାର ରେଣୀ ଥାନାରେ କନେଷ୍ଟବଳ ଭାବେ କାମ କରୁଥିବା ୨୮ ବର୍ଷୀୟ ସଞ୍ଜୟ କୁମାରର ଆଖି ଥିଲା ସ୍ୱାତୀ(ଛଦ୍ମନାମ) ଉପରେ। ସ୍ୱାତୀ(୩୨)ଥିଲେ ବିବାହିତା। ଏଣୁ ସଞ୍ଜୟଙ୍କର କୌଣସି ଗତିବିଧିକୁ ସେ ଏତେଟା ଦୃଷ୍ଟି ଦେଉନଥିଲେ। ମାତ୍ର ସ୍ୱାତୀ ଯୁଆଡ଼େ ଯାଉଥିଲା ସଞ୍ଜୟ ସବୁବେଳେ ତା’ ପିଛା କରୁଥିଲା। ସ୍ୱାତୀ ଯେତେ ନିଜକୁ ସଞ୍ଜୟଠାରୁ ଦୂରେଇ ବାକୁ ଚାହୁଁଥିଲେ ବି ପାରୁନଥିଲା। ଥରେ ବଜାରକୁ ଯାଉଥିବା ବେଳେ ସଞ୍ଜୟ ସ୍ୱାତୀକୁ ଏକୁଟିଆ ପାଇ ତା’ ସହ ଖରାପ ବ୍ୟବହାର କରିଥିଲା। ସ୍ୱାତୀ ଏହାର ପ୍ରତିବାଦ କରିବା ସହ ଏଭଳି ଆଉ ଥରେ ହେଲେ ସେ ପୋଲିସରେ ଅଭିଯୋଗ କରିବ ବୋଲି ଧମକ ଦେଇଥିଲା। ଏହାପରେ କିଛି ଦିନ ସଞ୍ଜୟ ନିଜକୁ ସ୍ୱାତୀ ଠାରୁ ଦୂରେଇ ରଖିଥିଲା। ଏଣୁ ସ୍ୱାତୀ ଭାବିଥିଲା ଯେ ସଞ୍ଜୟ ବୋଧେ ସୁଧୁରିଯାଇଛି।

ମାତ୍ର କିଛିଦିନ ପରେ ଥରେ ସ୍ୱାତୀ ବାହାରକୁ ଯାଉଥିବା ବେଳେ ସଞ୍ଜୟ ତାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା। ସ୍ୱାତୀ ବିରୋଧ କରିବାରୁ ପୂର୍ବ ଯୋଜନା ମୁତାବକ ସଞ୍ଜୟ ତା’ ଅନ୍ୟ ସାଙ୍ଗଙ୍କୁ ଡାକି ସେମାନଙ୍କୁ ମଧ୍ୟ ସ୍ୱାତୀ ସହ ଦୁଷ୍କର୍ମ କରିବାକୁ କହିଥିଲା ଓ ଏହାର ଭିଡିଓ ସୁଟିଂ କରିଥିଲା। ବାହାରେ କାହାକୁ ଏକଥା କହିଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ସଞ୍ଜୟ ସେଠାରୁ ଚାଲିଯାଇଥିଲା।

crime2

ବହୁ କଷ୍ଟରେ ସ୍ୱାତୀ ଘରକୁ ଫେରି ସ୍ୱାମୀଙ୍କୁ ଏନେଇ କହିଥିଲା। ସ୍ୱାମୀ ସହ ମିଶି ସେ ସଞ୍ଜୟ ନାଁରେ ଏତଲା ଦେବାକୁ ଥାନାକୁ ଯାଇଥିଲେ। ମାତ୍ର ସେଠାରେ ପୋଲିସ ଏତଲା ରଖିବା ବଦଳରେ ସ୍ୱାତୀ ଓ ତା’ ସ୍ୱାମୀଙ୍କୁ ଧକ୍କା ଦେଇ ବାହାର କରିଦେଇଥିଲେ। ପରେ ଉଭୟେ କୁଆଡ଼େ ଯିବେ ଭାବି ଚୁପ୍‌ ରହିଥିଲେ। କିନ୍ତୁ ସଞ୍ଜୟର ବଦମାସୀ ଥମିବାର ନାଁ ଧରୁନଥିଲା। ସେ ବାରମ୍ବାର ସ୍ୱାତୀକୁ ସମ୍ବନ୍ଧ ରଖିବାକୁ ବାଧ୍ୟ କରି ହଇରାଣ କରୁଥିଲା।

ଦୀର୍ଘ ୩ ମାସ ଧରି ସଞ୍ଜୟଙ୍କ ଅକଥନୀୟ ଅତ୍ୟାଚାର ସହିବା ପରେ ସ୍ୱାତୀ ଶେଷରେ ଏସ୍‌ପି ତେଜସ୍ୱିନୀ ଗୌତମଙ୍କୁ ଏନେଇ ଜଣାଇଥିଲେ। ପରେ ଏସ୍‌ପି ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୟଙ୍କୁ ଅଟକ ରଖିଛନ୍ତି। ଏବେ ମାମଲାର ତଦନ୍ତ ଚାଲିଛି ଓ ଖୁବ୍‌ଶୀଘ୍ର ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସ୍‌ପି ତେଜସ୍ୱିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.