Below header

ବେଙ୍ଗାଲୁରୁ ହସ୍ପିଟାଲର ଅଜବ ଘଟଣା: ୨୦୦ ମା’ ପଜିଟିଭ କିନ୍ତୁ ଜନ୍ମିତ ଶିଶୁ ନେଗେଟିଭ

ଅଧିକାଂଶ ସମୟରେ ବେଙ୍ଗାଲୁରୁ ସହରକୁ ନେଇ ଚର୍ଚ୍ଚା ଜୋର ଧରିଥାଏ । କିନ୍ତୁ ଏବେ ଏହି ସହର ପାଇଁ ଏକ ଖୁସିର ଖବର ଆସିଛି । ଆଶ୍ଚର୍ଯ୍ୟର କଥାଯେ, ବେଙ୍ଗାଲୁରୁ ସ୍ଥିତ ଏକ ହସ୍ପିଟାଲରେ ଦାଖିଲ ହୋଇଥିବା ୨୦୦ ଜଣ ଆସନ୍ନ ପ୍ରସବା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସେମାନଙ୍କ ଠାରୁ ଜାତ ସନ୍ତାନ ମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ବେଙ୍ଗାଲୁରୁ ସ୍ଥିତ “ଭିକ୍ଟୋରିଆ ଓ ବାଣୀ ବିଳାଶ ହସ୍ପିଟାଲରେ” ହିଁ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏବାବଦରେ ହସ୍ପିଟାଲ ନିର୍ଦ୍ଦେଶକ ଡଃ ସିଆର. ସିଆର. ଜୟନ୍ତୀ କହିଛନ୍ତିକି, “ଗର୍ଭାବସ୍ଥା ସମୟରେ ସାଧାରଣତଃ ମହିଳା ମାନଙ୍କୁ ଅନେକ ଜଟିଳ ସମସ୍ୟା ଦେଇ ଗତି କରିବାକୁ ହୋଇଥାଏ । ଏମିତି ଏକ ସମୟରେ ଯଦି ସେମାନଙ୍କ ରିପୋର୍ଟ ପଜିଟିଭ ଆସେ ସ୍ଥିତି ଜଟିଳ ହୋଇପଡେ ।

new borned baby

କିନ୍ତୁ ଏମିତି ଏକ ଜଟିଳ ପରିସ୍ଥିତିରେ ବି ଆମ ହସ୍ପିଟାଲ ଷ୍ଟାଫ ମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଏହାବାଦ ଡଃ ଜୟନ୍ତୀ ସେହି ସମସ୍ତ ଡାକ୍ତର ମାନଙ୍କୁ ଶ୍ରେୟ ଦେଇଛନ୍ତି । ତାଙ୍କ ଅନୁଯାୟୀ ଏହିମାନେ ଅତ୍ୟନ୍ତ ସାହାସିକତାର ସହ ପିପିଆଇ କୀଟ ପିନ୍ଧି ପଜିଟିଭ ମା”ଙ୍କ ଠାରୁ ଶିଶୁକୁ ମାନଙ୍କୁ ଜନ୍ମ ଦେବା ସହ ଶିଶୁ ମାନଙ୍କ ଯତ୍ନ ନେଇ ଆସୁଛନ୍ତି । କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ଡଃ କେକେ ସୁଧାକର ମଧ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ପ୍ରସଂଶା କରିଥିବା ଜଣାଯାଇଛି ।

ଏହା ସହ ଶିକ୍ଷାମନ୍ତ୍ରୀ କହିଛନ୍ତିକି, ମୁଁ ସବୁ ସମୟରେ ରାଜ୍ୟର ଡାକ୍ତର ମାନଙ୍କୁ ନିଜ ଭିତରେ ଅଧିକ ଆତ୍ମବିଶ୍ଵାସ, ପ୍ରତିବଦ୍ଧ ଓ ଭାବୁକତାକୁ ଜାଗ୍ରତ କରିବାକୁ ପରାମର୍ଶ ଦେଇ ଆସୁଛି । ଏହା ସହ ସେ କହିଛନ୍ତି, ଯେବେ ଠାରୁ କରୋନା ମହାମାରୀ ସାମ୍ନାକୁ ଆସିଛି ସେବେଠାରୁ ହିଁ ଡାକ୍ତର ମାନଙ୍କ ଠାରେ ଏକ ପ୍ରକାରର ଭୟ ଜାଗ୍ରତ ହୋଇଛି । ଭୟରେ ଡାକ୍ତର ମାନେ ରୋଗୀଙ୍କ ଠାରୁ ଦୂରତା ରଖି ଆସୁଛନ୍ତି । ଏହି ପରିସ୍ଥିତିରେ ଆମ ସରକାରୀ ହସ୍ପିଟାଲ ଗୁଡିକ ଆଗକୁ ପାଦ ବଢ଼ାଇ ଏକ ମହାନ ପଦକ୍ଷେପ ନେଇଛନ୍ତି ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.