ଦୁଇ ମୁହାଁ ବିଷାକ୍ତ ସାପ, ଦଂଶିଲେ ମିନିଟ୍‌ରେ ଯିବ ପ୍ରାଣ

ମୁମ୍ବାଇ : କଥାରେ ଅଛି ଛୋଟ ସାପର ବଡ଼ ବିଷ । ମହାରାଷ୍ଟ୍ରରେ ଏବେ ଏମିତି ଏକ ସାପ ଦେଖାଯାଇଛି ଯାହାର ଲମ୍ବ ମାତ୍ର ୧୧ ସେଣ୍ଟିମିଟର । ସର୍ପର ଦୁଇଟି ମୁହଁ ଥିବା ବେଳେ ମୁହଁ ଦୁଇଟିର ଲମ୍ବ ମାତ୍ର ୨ ସେଣ୍ଟିମିଟର ଲେଖାଏଁ । ଏହି ବିଷାକ୍ତ ସାପର ନାମ ରସେଲ ଭାଇପର । ଦଂଶନ କୈାଣସି ବିଷାକ୍ତ ବୃହତ୍ତର ସାପ ଠାରୁ ଭୟଙ୍କର ।

ଏହି ସାପଟିକୁ ମୁମ୍ବାଇର କଲ୍ୟାଣ ରେସିଡେଣ୍ଟ୍‌ ଠାରେ ଠାବ କରାଯାଇଥିଲା । ପରେ ଏହାକୁ ଉଦ୍ଦାର କରାଯାଇ ପରେଲ ହପ୍‌କିନ୍ସ ଇନ୍‌ଷ୍ଟିଚ୍ୟୁଟ୍‌କୁ ପଠାଯାଇଛି । ଭାରତରେ ଏହି ସାପ ପ୍ରାୟ ନିଶ୍ଚିନ୍ନ ହେବାକୁ ବସିଛି । ସାପର ଭିଡିଓକୁ ଭାରତୀୟ ଫରେଷ୍ଟ ସେବାର ଜଣେ ଅଫିସର ଟ୍ଵିଟ୍‌ର ରେ ସେୟାର କରିଛନ୍ତି । ଯାହାକୁ ଦେଖିଲେ ସାପଟି କେତେ ଭୟଙ୍କର ବୋଲି ଜଣାପଡ଼ୁଛି । ଏହି ଭିଡିଓଟି ହଜାର ସେୟାର ହୋଇଥିବା ବେଳେ ବହୁତ କମେଣ୍ଟ ମିଳିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.