Below header

IPL 2019 ପାଇଁ BSNLର ଧମାକାଦାର ଅଫର, ମାଗଣା କ୍ରିକେଟ ଆଲର୍ଟ ସହିତ ମିଳିବ ଦୈନିକ ଡାଟା

କ୍ରିକେଟର ସବୁଠାରୁ ରୋମାଞ୍ଚକ ଲିଗ୍ ଆଇପିଏଲ ସିଜନ-୧୨ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗର ଏହି ମୁକାବିଲା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଦେଖି ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ (ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍) ଦୁଇଟି ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଯାହର ଦାମ ୧୯୯ ଏବଂ ୪୯୯ ଟଙ୍କା ରହିଛି। ଏହି ପ୍ଲାନ ବିଷୟରେ ଜଣାଉଛୁ ଯେ ୧୯୯ ଟଙ୍କା ପ୍ଲାନର ବୈଧତା ୨୮ ଦିନ ରହିଥିବା ବେଳ ୪୯୯ ଟଙ୍କା ପ୍ୟାକରେ ୯୦ ଦିନର ବୈଧତା ମିଳିବ। ଏହି ଦୁଇଟି ପ୍ଲାନରେ ଡେଲି ଡାଟା, ଅନଲିମିଟେଡ୍ ଭଏସ କଲ୍ ଏବଂ ଫ୍ରୀ କ୍ରିକେଟ ଏସଏମଏସ ଆଲର୍ଟର ସୁବିଧା ରହିଛି।

bsnl planଟେଲିକମ୍ ଡାଟା ରିପୋର୍ଟ ଅନୁଯାୟୀ ଏହି ଦୁଇ ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତ୍ୟେକଦିନ ୧ ଜିବି ଡାଟାର ସୁବିଧା ମିଳିବ ଯାହାକୁ ୟୁଜର୍ସମାନେ ଲାଇଭ୍ କ୍ରିକେଟ ଦେଖିବା ପାଇଁ ବ୍ୟବହାର କରିପାରିବେ। ଯଦି ଏହି ଡାଟା ପର୍ଯ୍ୟାପ୍ତ ହେବ ନାହିଁ ତେବେ ଏସଏମଏସମ ଆଲର୍ଟ ଜରିଆରେ ଆପଣ କ୍ରିକେଟର ଅପଡେଟ ପାଇପାରିବେ। ବର୍ତ୍ତମାନ କିନ୍ତୁ ଏହାର ସୂଚନା ମିଳିପାରିନାହିଁ ଯେ ବିଏସଏନଏଲର ଏହି ପ୍ଲାନରେ ୨.୨ ଜିବି ଏକ୍ସଟ୍ରା ଡାଟାର ଲାଭ ମିଳିବ ନା ନାହିଁ। ଏହି ଦୁଇ ପ୍ଲାନ ଦେଶର ୨୦ଟି ସର୍କଲରେ ଉପଲବ୍ଧ ହେବ, ଯେଉଁଠି ବିଏସଏନଏଲର ସେବା କାମ କାରୁଛି।

ପ୍ଲାନ ବିଷୟରେ ଜାଣନ୍ତୁ

bsnl୧୯୯ ଟଙ୍କା ବିଶିଷ୍ଟ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ କଲିଂର ସୁବିଧା ମିଳିବ। ପ୍ରତ୍ୟେକ ଦିନ ୧ ଜିବି ଡାଟା ରହିଛି ଏବଂ ଏହି ପ୍ଲାନର ଏହାର ଭ୍ୟାଲିଡିଟୀ ରହିଛି ୨୮ ଦିନ। ଏହାସହିତ ଏଥିରେ ପର୍ସନାଲ ରିଂଟୋନ ଏବଂ ଏସଏମଏସ କ୍ରିକେଟ ଆଲର୍ଟର ସୁବିଧା ମଧ୍ୟ ଦିଆଯାଇଛି।

ସେହିଭଳି ୪୯୯ ଟଙ୍କା ପ୍ଲାନରେ ସେହି ସମସ୍ତ ସୁବିଧା ରହିଛି ଯାହା ୧୯୯ ପ୍ଲାନରେ ରହିଛି କେବଳ ଏହାର ବୈଧତା ୯୦ ଦିନ ରହିଛି। ଏହା ସହିତ ଏହି ପ୍ଲାନରେ ୟୁଜର୍ସଙ୍କୁ ହୋମ୍ ଏବଂ ନ୍ୟାସନାଲ ଦୁଇଟି ସର୍କଲରେ ଫ୍ରି ଭଏସ କଲିଂର ସୁବିଧା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.