Below header

ଆସନ୍ତୁ ଜାଣିବା ସିରିଏଲ କିସର ଇମରାନଙ୍କ ବିଷୟରେ କିଛି ଅଜଣା କଥା, ପ୍ରଥମ ଫିଲ୍ମରେ କାହିଁକି ହୋଇଥିଲେ ରିଜେକ୍ଟ ?

ମୁମ୍ବାଇ : ବଲିଉଡ଼ର ସିରିଏଲ କିସର ଭାବେ ଜଣାଯାଉଥିବା ଇମରାନ ହାସମିଙ୍କ ଆଜି ଜନ୍ମ ଦିନ। ଇମରାନ ରୋମାଣ୍ଟିକରୁ ଆରମ୍ଭ କରି ଆକ୍ସନ ଫିଲ୍ମ କରିବା ସହ ନିଜର ସିରିଏଲ କିସର ଇମେଜରୁ ବାହାରିବାକୁ ବହୁ ଚେଷ୍ଟା କରିଛନ୍ତି। କିନ୍ତୁ ତାଙ୍କର ଏହି ଟ୍ୟାଗ ଲାଇନ ତାଙ୍କ ପିଛା ଛାଡିନି। ବଲିଉଡ଼ରେ ୨୦୦୩ ମସିହାରେ ଫିଲ୍ମ ଫୁଟପାଥ ଜରିଆରେ ନିଜର କ୍ୟାରିୟର ଆରମ୍ଭ କରଥିବା ଇମରାନ୍ ବର୍ତ୍ତମାନ ପର‌୍ୟ୍ୟନ୍ତ ପାଖାପାଖି ୩୫ଟି ଫିଲ୍ମରେ କାମ କରିସାରିଲେଣି। ଇମରାନଙ୍କ ଅଧିକାଂଶ ଫିଲ୍ମ ଫ୍ଳପ୍ ହୋଇଥିଲେ ମଧ୍ୟ ସେ ବଲିଉଡରେ ଏକ ସେନ୍ସସେସୁଆଲ ଅଭିନେତା ଭାବେ ନଜର ଅସିଛନ୍ତି। ଆସନ୍ତୁ ଜାଣିବା ଇମରାନଙ୍କ ବିଷୟରେ କିଛି ଅଜଣା କଥା ଯାହା ଆଜି ପୂର୍ବରୁ ଆପଣ କେବେ ଶୁଣିନଥିଲେ।

emraan-hashmi

-ଇମରାନ ଫିଲ୍ମରେ ପାଦ ରଖିବା ପାଇଁ ନିଜର ନାମ ବଦଳାଇ ଫରାହାନ ହାସମୀ କରିଥିଲେ କିନ୍ତୁ ଯେତେବେଳେ କିଛି ଫାଇଦା ହେଲା ନାହିଁ ସେ ପୁଣି ନିଜ ନାମକୁ ବଦଳାଇ ଦେଇଥିଲେ।

-ବିପାଶା ବାସୁ ଏବଂ ଡିନୁ ମୋରିଆଙ୍କ ରାଜ ଫିଲ୍ମରେ ଇମରାନ ଆସିସାଷ୍ଟ ଡାଏରେକ୍ଟର ଭାବେ ନଜର ଆସିଥିଲେ।

-ଇମରାନଙ୍କ ପିତା ମୁସଲିମ୍ ଏବଂ ମା କ୍ୟାଥଲିକ ଅଟନ୍ତି। ତାଙ୍କ ପରିବାରବର୍ଗ ଏବଂ ସାଙ୍ଗମାନେ ତାଙ୍କୁ ଏମି ନାମରେ ଡାକନ୍ତି।

Emraan-Hashmi-1

-ଇମରାନଙ୍କ ପ୍ରଥମ ଫିଲ୍ମ ୨୦୦୧ରେ ଥିଲା। ଯାହାର ନାମ ୟେ ଜିନ୍ଦେଗୀ କି ସଫର ରହିଥିଲା। କିନ୍ତୁ ମେକର୍ସ ଇମରାନଙ୍କ ଫିଲ୍ମ ପାଇଁ ଫିଟ ନୁହଁ କହି ରିଜେକ୍ଟ କରିଦେଇଥିଲେ।

– ସେ ଏକ ଇଣ୍ଟରଭ୍ଯୁରେ କହିଥିଲେ, ତାଙ୍କୁ ରିଲରେ ମଡର୨ ରେ ଜାକଲିନଙ୍କୁ କିସ କରିବାକୁ ଭଲ ଲାଗିଥିବା ବେଳେ ଶ୍ରେଷ୍ଠ କିସ୍ଂ ଫିଲ୍ମ ମର୍ଡର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.