ମାତ୍ର ୧୦ ୭ ଟଙ୍କା ରିଚାର୍ଜ କରି ପାଆନ୍ତୁ ୮୪ ଦିନ ଭ୍ୟାଲିଡିଟୀ, ଡାଟା କଲିଂର ଉଠାନ୍ତୁ ଭରପୂର ମଜା

ନିକଟରେ ଅନେକ ଟେଲିକମ୍‌ କମ୍ପାନୀ ନିଜର ପ୍ରିପେଡ ରିଚାର୍ଜ ପ୍ଲାନର ଦାମକୁ ବହୁତ ବଢ଼ାଇଦେଇଛନ୍ତି। ରିଚାର୍ଜ ପ୍ଲାନ ଦରବୃଦ୍ଧିର ଖରାପ ପ୍ରଭାବ ଲୋକଙ୍କର ପକେଟ ଉପରେ ପଡୁଛି। ଟେଲିକମ୍‌ ସେବାର ଆନନ୍ଦ ଉଠାଇବା ପାଇଁ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡୁଛି। ଏଭଳି ସ୍ଥିତିରେ ବିଏସଏନଏଲର ଅନେକ ରିଚାର୍ଜ ପ୍ଲାନ ରହିଛି ଯେଉଁଥିରେ ଆପଣଙ୍କୁ ଅନ୍ୟ କମ୍ପାନୀ ତୁଳନାରେ ବହୁତ କମ୍‌ ଦାମରେ ଭଲ ଅଫର ମିଳିବ। ଏମିତିରେ ଯଦି ଆପଣ କୌଣସି ଶସ୍ତା ଏବଂ ଭଲ ଅଫର ଖୋଜୁଛନ୍ତି ତାହେଲେ ବିଏସଏନଏଲର ଏହି ପ୍ଲାନ ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ। ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଏସଏନଏଲର ଏକ ବହୁତ ବଢ଼ିଆ ଖାସ ରିଚାର୍ଜ ପ୍ଲାନ ବିଷୟରେ। ଯାହାର ଦାମ ରହିଛି ୧୦୭ ଟଙ୍କା। ଏଥିରେ ଆପଣଙ୍କୁ ଲମ୍ବା ଦିନର ଭ୍ୟାଲିଡିଟୀ ସହ କଲିଙ୍ଗ୍‌ ଏବଂ ଡାଟାର ମଜା ବି ମିଳିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ବିଏସଏନଏଲର ଏହି ଖାସ୍‌ ରିଚାର୍ଜ ପ୍ଲାନର ଦାମ୍‌ ରହିଛି ୧୦୭ ଟଙ୍କା। ଏହି ପ୍ଲାନର ରିଚାର୍ଜ କରିବା ଦ୍ୱାରା ଆପଣଙ୍କୁ ୮୪ ଦିନର ଭ୍ୟାଲିଡିଟୀ ମିଳିବ। ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ ବ୍ୟବହାର ପାଇଁ ୩ ଜିବି ଡାଟା ମଧ୍ୟ ମିଳିବ।

ଏହାବ୍ୟତୀତ ବିଏସଏନଏଲର ଏହି ଖାସ୍‌ ରିଚାର୍ଜ ପ୍ଲାନରେ ଆପଣଙ୍କୁ କଲିଙ୍ଗ ପାଇଁ ୧୦୦ ମିନିଟ ଫ୍ରି ଭଏସ କଲ୍‌ ମିଳୁଛି। ସେହିପରି ୬୦ ଦିନର ଫ୍ରି ବିଏସଏନଏଲ ଟ୍ୟୁନ୍ସ ଭି ଆପଣଙ୍କୁ ଏହି ରିଚାର୍ଜ ସହ ମିଳିବ।

ଏମିତିରେ ଯଦି ଆପଣ କୌଣସି ଭଲ ଅଫର କମ୍‌ ଦାମରେ ଚାହୁଁଛନ୍ତି ତାହେଲେ ଏହି ବଢ଼ିଆ ରିଚାର୍ଜ ପ୍ଲାନର ମଜା ନେଇପାରିବେ। ଏହା ଲମ୍ବା ସମୟ ବୈଧତାର ଆସିବା ସହିତ ଇଣ୍ଟରନେଟ କଲିଙ୍ଗ ଏସଏମଏସ୍‌ ପାଇଁ ମଧ୍ୟ ବହୁତ ଭଲ ବିକଳ୍ପ।