ପାରିବାରିକ କଳହ ନେଲା ଉଗ୍ରରୂପ: ଦୁଇଟି ଭିନ୍ନ ସ୍ଥାନରେ ଅଘଟଣ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର(କେନ୍ଯୁଜ୍): ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ସୁନିତା ସିଂ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଭାବନୀୟ ଘଟଣା । ଖବର ପାଇ ସୁବଳୟା ଥାନା ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଗତ ୮ ବର୍ଷ ତଳେ ଲକ୍ଷ୍ମଣ ସିଂ ବିନିକା ଥାନା ସିନ୍ଦୁରପୁର ଗାଁର ସୁନିତା ସିଂଙ୍କୁ ବିବାହ କରିଥିଲେ । ବିଭିନ୍ନ ସମୟରେ ପରିବାର ସହିତ ବିନିକା ଥାନାରେ ଗାଳିଗୁଲଜ ନେଇ ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡିଛି ।

ସେହିପରି ଆଉ ଏକ ସ୍ଥାନରେ ସ୍ତ୍ରୀର ବେକ କାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅଡାଗାଁରେ ଏହି ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଗଙ୍ଗା ବଡମୁଣ୍ଡି ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମୃତକ ହେଲେ ସଜନୀ ବଡମୁଣ୍ଡି। ଘଟଣାସ୍ଥଳରେ ଗଜପତି ଅତିରିକ୍ତ ଏସ୍‌ପି ବାମଦେବ ସିଂ ତଦନ୍ତ ଜାରି ରଖିଛନ୍ତି।