BHEL ରେ ଖାଲି ପଡ଼ିଛି ଇଞ୍ଜିନିୟର ପଦବୀ, ପରୀକ୍ଷା ନୁହେଁ କେବଳ ଇଣ୍ଟରଭ୍ୟୁ ଆଧାରରେ ମିଳିବ ଚାକିରି

ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍ (BHEL) ପକ୍ଷରୁ ଏକାଧିକ ପଦ ପାଇଁ ଆବେଦନ ମଗାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଇଞ୍ଜିନିୟର ଓ ପର୍ଯ୍ୟବେକ୍ଷକ ପଦ ପାଇଁ ଚାକିରି ଦିଆଯିବ। ଇଚ୍ଛୁକ ଥିବା ପ୍ରାର୍ଥୀ ଭାରତରେ ନିଜ ପ୍ରୋଜେକ୍ଟ ସାଇଟ୍ (pswr.bhel.com) ରେ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ନିଯୁକ୍ତି ଆଧାରରେ କାମ କରିବେ। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ୧୧ ଜାନୁଆରୀ ୨୦୨୨ ମଧ୍ୟରେ ଆବେଦନ କରିପାରିବେ। ଇଣ୍ଟରଭ୍ୟୁ ଆଧାରରେ ଏହି ଚୟନ ପ୍ରକ୍ରିୟା ହେବ। ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ଦେୟ ଭାବେ ୨୦୦ ଟଙ୍କା ଦେବାକୁ ପଡ଼ିବ।
ପଦ ବିବରଣୀ ଓ ଦରମା:
ଇଞ୍ଜିନିୟର- ୧୦ ପଦ
ମାସିକ ଦରମା- ୭୧,୦୪୦/-
ପର୍ଯ୍ୟବେକ୍ଷକ- ୨୬ ପଦ
ମାସିକ ଦରମା- ୩୯,୬୭୦/-
ଏମିତି କରନ୍ତୁ ଆବେଦନ:
ଏହି ପଦ ପାଇଁ ଆବେଦନ କରିବା ପାଇଁ ଅଫିସିଆଲ ୱେବ୍ସାଇଟ୍ https://pswr.bhel.com କିମ୍ବା https://careers.bhel.in କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ଏହା ପରେ ଆବେଦନ ଫର୍ମରେ ହସ୍ତାକ୍ଷର କରିବାକୁ ହେବ ଓ ଫଟୋ ସହ ଡିମାଣ୍ଡ ଡ୍ରାଫ୍ଟ କିମ୍ବା କ୍ୟୁଆର କୋଡ୍ ସହ Sr. Deputy General Manager (HR), ପାଓ୍ଵାର ସେକ୍ଟର ପଶ୍ଚିମାଞ୍ଚଳ, ଶ୍ରୀ ମୋହିନୀ କମ୍ପ୍ଲେକ୍ସ, ୩୪୫ କିଙ୍ଗ୍ସ ଓ୍ଵ, ନାଗପୁର-୪୪୦୦୦୧ ଠିକଣାରେ ଆବେଦନ ପତ୍ର ପଠାଇବାକୁ ହେବ।