୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍, ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍ । କୋଭିଡ ନିୟମ ପାଳନ ସହ ନିର୍ବାଚନ ହେବ । ୫ ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ଉତ୍ତରାଖଣ୍ଡ,ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଏଥିପାଇଁ ୫ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଗୃହ ସଚିବଙ୍କ ଆଲୋଚନା ହୋଇଛି । ୫ଟି ରାଜ୍ୟରେ ୧୮କୋଟି ୩୪ ଲକ୍ଷ ଭୋଟର ଅଛନ୍ତି । ମୋଟ୍ ୨ଲକ୍ଷ ୧୫ ହଜାର ୩୬୮ଟି ପୋଲିଂ ବୁଥ୍ ହେବ । ପ୍ରତି ବୁଥରେ ୧୨୫୦ ଜଣ ଭୋଟ୍ ଦେଇପାରିବେ । ୬୯୦ ବିଧାନସଭା ଆସନରେ ମତଦାନ ହେବ । ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୮କୋଟି ୫୫ଲକ୍ଷ ।
୮୦ ବର୍ଷରୁ ଅଧିକ, ଭିନ୍ନକ୍ଷମ ଓ କରୋନା ଆକ୍ରାନ୍ତଙ୍କ ପୋଷ୍ଟାଲ୍ ବାଲଟରେ ଭୋଟିଂ ବ୍ୟବସ୍ଥା ହୋଇଛି । ଅର୍ଥବଳର ଦୁରୁପଯୋଗ ଉପରେ ଜିରୋ ଟଲେରାନ୍ ରହିବ । ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଟଭୂମି ଥିଲେ ଜଣାଇବାକୁ ନିର୍ଦ୍ଦେଶ ରହିଛି । ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ତତ୍କ୍ଷଣାତ ଲାଗୁ ହେବ । ଅନ୍ଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ‘ସୁବିଧା’ ଆପ୍ ଜରିଆରେ ନାମାଙ୍କନ ଦାଖଲ କରିପାରିବେ । ୧୫ କୋଟି ଲୋକ ଫାଷ୍ଟ ଡୋଜ୍ ଟିକା ନେଇଥିବା ବେଳେ ୯ କୋଟି ସେକେଣ୍ଡ ଡୋଜ୍ ନେଇଛନ୍ତି ।
ଜାନୁଆରୀ ୧୫ ଯାଏ ରାଲି, ରୋଡ୍ ସୋ’ ରୋକ୍ ଲଗାଯାଇଛି । ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ହେବନି ରାଜନୈତିକ ରାଲି । ରୋଡ୍ ସୋ ଓ ପଦଯାତ୍ରା କରିପାରିବେ ନାହିଁ ରାଜନୈତିକ ଦଳ । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଡୋର୍ ଟୁ ଡୋର୍ ଶୋଭାଯାତ୍ରାରେ ୫ ଜଣଙ୍କୁ ଅନୁମତି ଦିଆଯାଇଛି । କ୍ୟାମ୍ପେନ ସମୟରେ କୋଭିଡ ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବେ । ୫ଟି ରାଜ୍ୟରେ ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି ।