Below header

ବିଶେଷଜ୍ଞଙ୍କ ମତ : ଫେବ୍ରୁଆରୀରେ ଭାରତରେ ହେବ କରୋନା ସ୍ଥିତି ସାଂଘାତିକ, ଦୈନିକ ସଂକ୍ରମଣ ୧୦ ଲକ୍ଷକୁ ଟପିଯିବ

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଏବେ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ପହଞ୍ଚିଛି । ଓମିକ୍ରନ ଢ଼େଉ (େଓ୍ଵବ) ଆରମ୍ଭ ହେବା ପରେ ଦୈନିକ ୪୦ ରୁ ୫୦ ପ୍ରତିଶତ ସଂକ୍ରମଣ ଏବେ ବଢ଼ି ଚାଲିଛି ।ଏହାକୁ ଦେଖି ଭାରତରେ କରୋନା କେବେ ପିକରେ ପହଞ୍ଚିବ ବିଶ୍ୱର ବିଭିନ୍ନ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଇଛନ୍ତି । ଆମେରିକା ହେଲ୍ଧ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଭାରତରେ କରୋନାର ପିକ ଆସନ୍ତାମାସ ବା ଫେବ୍ରୁଆରୀରେ ହେବ ।

ସେତେବେଳେ ଦୈନିକ ୫ ଲକ୍ଷ ମାମଲା ଆସିବ । ଭାରତୀୟ ସଂସ୍ଥା IIS, ଏହି ସଂକ୍ରମଣ ଦୈନିକ ୧୦ ଲକ୍ଷ ହେବ ବୋଲି କହିଛି । ଆଇଆଇଟି କାନପୁର ତାର ଗବେଷଣାରୁ କହିଛି ଯେ ଭାରତରେ ଜାନୁଆରୀରେ କରୋନା ସ୍ଥିତି ସାଂଘାତିକ ହେବ ଓ ଏହା ପ୍ରତିଦିନ ୪ ରୁ ୮ ଲକ୍ଷ ସଂକ୍ରମଣ ହେବ ।

ବିଦେଶୀ ବିଶେଷଜ୍ଞଙ୍କ ମତ

ସମାଚାର ଏଜେନ୍ସି ଅନୁଯାୟୀ, ଓ୍ଵାଶିଂଟନ ସ୍ଥିତ (IHME) ର ନିର୍ଦ୍ଦେଶକ ଡାକ୍ତର କ୍ରିଷ୍ଟୋଫର ମୁରେଙ୍କ ଆକଳନ ଅନୁଯାୟୀ ଭାରତରେ ଓମିକ୍ରନ ଯେଉଁ ଭଳି ପ୍ରବେଶ କରୁଛି ଏହାର ପିକ ଆସିଲେ ଦୈନିକ ଏହା ଗତ ଡେଲଟା ଭାରିଏଣ୍ଟ ସଂକ୍ରମଣ ଠାରୁ ଅଧିକ ହେବ । ହେଲେ ଏଡା ଡେଲଟା ଭାରିଏଣ୍ଟ ଭଳି ମାରାତ୍ମକ ହେବନି ।

ଫେବ୍ରୁଆରୀରେ ହେବ ପିକ, ଦୈନିକ ଆସିବ ୫ ଲକ୍ଷ ମାମଲା

ଆମେରିକାର ଏହି ବିଶେଷଜ୍ଞ ଖ୍ରୀଷ୍ଟୋଫର ଆହୁରି କହିଛନ୍ତି ଯେ ଭାରତରେ ନୂଆ ସଂକ୍ରମଣ ମାମଲା ରେକର୍ଡ ସୃଷ୍ଟି କରୁଛି । ଭାରତରେ ଆସନ୍ତା ମାସ ଅର୍ଥାତ ଫେବ୍ରୁଆରୀ ମାସରେ ଏହା ଦୈନିକ ୫ ଲକ୍ଷ ସଂକ୍ରମଣ ହେବ ଓ ଏହା ପିକ ଅବସ୍ଥାକୁ ଆସିବ ବୋଲି ଖ୍ରୀଷ୍ଟଫୋର କହିଛନ୍ତି । ତେବେ ଓମିକ୍ରନ ଅନ୍ୟ କରୋନା ଭାରିଏଣ୍ଟ ଭଳି ମାରାତ୍ମକ ହେବନି ବୋଲି ଏହି ବିଶେଷଜ୍ଞ କହିଛନ୍ତି ।

ଅଧିକାଂଶ ମାମଲରେ ଲକ୍ଷଣ ଦେଖା ଯିବନି

ଡା. ଖ୍ରୀଷ୍ଟଫୋରଙ୍କ ମତରେ ଓମିକ୍ରନ ମାମଲରେ ୮୫.୦୨ ପ୍ରତିଶତ ସଂକ୍ରମଣରେ ଲକ୍ଷଣ ଜଣାପଡ଼ିବ ନାହିଁ । ତେବେ ଏମାନଙ୍କ ମଧ୍ୟରୁ କିଛି ଲୋକ ମେଡିକାଲ ଯାଇ ପାରନ୍ତି । କିନ୍ତୁ ସ୍ଥିତି ଡେଲଟା ଭଳି ମାରାତ୍ମକ ହେବନାହିଁ । ଗତ ଭାରିଏଣ୍ଟ ବେଳେ ଭାରତରେ ଯେତେ ଲୋକ ମେଡିକାଲ ଯାଇଥିଲେ ଏଥର ତା’ର ଏକ ଚତୁର୍ଥାଂଶ ଲୋକ ମେଡିକାଲ ଯାଇ ପାରିନ୍ତି ବୋଲି ଖ୍ରୀଷ୍ଟଫୋର କହିଛନ୍ତି । ସେ ଆହୁରି କହିଛନ୍ତି ପୂର୍ବ ସଂକ୍ରମଣ ତୁଳନାରେ ଓମିକ୍ରନ ୯୦ ରୁ ୯୫ ପ୍ରତିଶତ କମ୍‌ ମାରାତ୍ମକ ହେବ ।
ଆଇଆଇଟି କାନପୁର କରୋନା ପିକରେ ଭାରତରେ ଦୈନିକ ସଂକ୍ରମଣ ୧୦ ଲକ୍ଷ ହେବ ବୋଲି କହିଛି । ହେଲେ ଓମିକ୍ରନ ମାମଲା ଜାନୁଆରୀ ୩ୟ ଓ ୪ର୍ଥ ସପ୍ତାହରେ ସବୁଠୁ ଅଧିକ ହେବ ବୋଲି ଆଇଆଇଟି ସଂସ୍ଥା କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.